ଦୋଳ ମେଲଣ କଟକଣା ଆହୁରି କଡ଼ାକଡ଼ି କଲା BMC

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(BMC) ଦୋଳ ମେଲଣ ପାଇଁ ପୂର୍ବରୁ ଜାରି କରିଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛି। ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଥିବା ବେଳେ ଦୋଳ ବିମାନ ନେବା ବେଳେ ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ ବାରଣ କରାଯାଇଛି। ଏହାସହ ବିମାନ କାନ୍ଧେଇଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ।

ସେହିପରି ମେଲଣରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧି ସର୍ବାଧିକ ୬୦ ଜଣ ଲୋକ ରହିପାରିବେ। ସର୍ବାଧିକ ଯେମିତି ୬୦ ଜଣ ରହିବେ, ସେନେଇ ଆୟୋଜକ ନିଶ୍ଚିତ କରିବେ।ମେଲଣରେ ଯାତ୍ରା, ମେଲୋଡି, ମୀନାବଜାର ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମେଲଣ ପାଇଁ ଆୟୋଜକଙ୍କୁ BMC ଠାରୁ ଅନୁମତି ନେବାକୁ ପଡ଼ିବ। ଏହାସହ ମନ୍ଦିର ଭିତରେ ଦୋଳ ନୀତି ପାଳନ ହେବ, କେହି ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି।

ସୂଚନାଥାଉ କି, ଶନିବାର ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଥିଲେ। ଏବେ ଏହି କଟକଣା ଆହୁରି କଡ଼ାକଡ଼ି ହୋଇଛି। 

ପଢ଼ନ୍ତୁ: ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ, ଦିନକରେ ୧୪୬ ଆକ୍ରାନ୍ତ ଚିହ୍ନଟ

You might also like