ସୂର୍ଯ୍ୟନଗର ଅଞ୍ଚଳବାସୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ସୂର୍ଯ୍ୟନଗର ଅଞ୍ଚଳରୁ କୋରନା ସଂକ୍ରମିତ ଚିହ୍ନଟ ପରେ ପୂରା ସୂର୍ଯ୍ୟନଗର ଅଞ୍ଚଳବାସୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି।

ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସୂର୍ଯ୍ୟନଗର କୌଣସି ବାସିନ୍ଦାକୁ ବାହାରକୁ ଛଡ଼ା ଯିବନି। ସେହିଭଳି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି।

ସଂପୃକ୍ତ ଅଞ୍ଚଳର ସମସ୍ତ ବାସିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ଘରେ ଥାଇ ପରିମଳ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଘରକୁ ଘର ବୁଲି ମୋବାଇଲ ଭ୍ୟାନ୍ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଭ୍ୟାନରେ ଗ୍ରୋସରୀ, ପରିବା ଗଲେ ଲୋକେ କିଣି ପାରିବେ। ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପର୍କୀୟଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଉଛି।  ଏବଂ ଏ ଅଞ୍ଚଳ କେତେ ଦିନ ସିଲ୍ ହେବ, ସ୍ୱାସ୍ଥ୍ୟ ବିଭାଗ ତର୍ଜମା କରି ନିଷ୍ପତ୍ତି ନେବ ବୋଲି OTVକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

You might also like