କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହେଲା ଡୁମୁଡୁମା ସୁବାସ ନଗର ବସ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିକୁ  କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର(ବିଏମ୍‌ସି) କମିଶନର ଏହି ଘୋଷଣା କରିଛନ୍ତି।

ଏହି ଅଞ୍ଚଳରେ ଆସୁଥିବା ସୁବାସ ନଗର ବସ୍ତିରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡୁମୁଡୁମା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଭାବେ ଘୋଷଣା କରାଯାଇଛି।

କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥାଇ ଏହି ଅଞ୍ଚଳରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ୍‌ ନଂ ୩୨୩ ଯାଏ, ପ୍ଲଟ୍ ନଂ ୩୨୩ରୁ ପ୍ଲଟ୍ ନଂ ୨୬୧ ଓ ୨୫୮ ଯାଏ, ପ୍ଲଟ୍‌ ନଂ ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ୍ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ। ଏହି ଅଞ୍ଚଳରେ ଥିବା ସବୁ ଅଫିସ ବନ୍ଦ ରହିବ ଓ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

OTVକୁ ସୂଚନା ଦେଇ ବିଏମ୍‌ସି କମିଶନର କହିଛନ୍ତି, ସୁବାସ ନଗର ବସ୍ତିରୁ ୬ କରୋନା ପଜିଟିଭ ମିଳିବା ପରେ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଚିହ୍ନଟ ୬ରୁ ୫ ଜଣଙ୍କର କିଛି ଟ୍ରାଭେଲ ହିଷ୍ଟ୍ରି କି ଲକ୍ଷଣ ନ ଥିଲା। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ।

You might also like