ବକେୟା ଦରମା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଏମ୍‌ସିର ଠିକା ସଫେଇ କର୍ମଚାରୀ

ଭୁବନେଶ୍ୱର: ବକେୟା ଦରମା ଦାବିରେ ଭୁବନେଶ୍ୱରରେ ବିଏମ୍‌ସିର ଠିକା ସଫେଇ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଦରମା ନ ମିଳିବାରୁ ଏହାର ପ୍ରତିବାଦ କରି ସଫେଇ କର୍ମଚାରୀମାନେ ଆଜି ସକାଳେ ଜୟଦେବ ବିହାର ଛକରେ ରାସ୍ତା ଉପରେ ବସି ରହିଥିଲେ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।

ପ୍ରାୟ ୪୫ ମିନିଟ୍ ପରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି କର୍ମଚାରୀଙ୍କୁ ରାସ୍ତାରୁ ହଟାଇଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏକ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀମାନେ କାମ କରୁଥିବା ଜଣାପଡ଼ିଛି।

You might also like