• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଲା ବିଏମ୍‌ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର।

ଆଜି ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ ମାନୁନାହାନ୍ତି। କାଲି ଏକ ହସ୍ପିଟାଲକୁ ସିଲ୍ କରାଯିବା ପରେ ଆଜି ଯାଞ୍ଚ କରାଯାଇଥିଲା। ପ୍ରୋଟୋକଲ ପାଳନ ନେଇ ସ୍ପେଶାଲ ଟିମ୍ ୧୦ଟି ହସ୍ପିଟାଲ ଯାଞ୍ଚ କରିଥିଲେ। କିଛି ହସ୍ପିଟାଲ ଠିକ୍ ଭାବେ ପ୍ରୋଟୋକଲ ପାଳନ କରୁନଥିବା ଦେଖାଯାଇଛି ବୋଲି କହିଥିଲେ।

ସେମାନଙ୍କୁ ନୋଟିସ କରାଯାଇଛି, ସୁଧୁରିବାକୁ ତାଗିଦ କରାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ହେବ। ହସ୍ପିଟାଲ ପ୍ରୋଟୋକଲ ମାନୁନଥିବାରୁ କର୍ମଚାରୀ ସଂକ୍ରମିତ ହେଉଥିବା ସେ କହିଛନ୍ତି।

ଅପରପକ୍ଷେ ଘରୋଇ ହସ୍ପିଟାଲ କର୍ମଚାରୀ କରୋନାରେ ସଂକ୍ରମିତ ଘଟଣାରେ DMET ପକ୍ଷରୁ ଜାରି ଗାଇଡଲାଇନ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ହୋଇଛି। DMETଙ୍କ କରୋନା ଗାଇଡଲାଇନ ନର୍ସିଂହୋମ ପାଇଁ ମଧ୍ୟ ଲାଗୁ ହେବ।

ଇନ୍ଫେକସନ କଣ୍ଟ୍ରୋଲ ପ୍ରୋଟୋକଲ୍ ମାନୁ ନ ଥିବାରୁ ତାଗିଦ କରାଯାଇଛି। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ନିୟମ ମାନିବା ବାଧ୍ୟତାମୂଳକ। କର୍ମଚାରୀ ଓ ହସ୍ପିଟାଲ କର୍ତ୍ତୃପକ୍ଷ ନିୟମ ପାଳନ ନେଇ ୭ ଦିନରେ ଜଣାନ୍ତୁ। ପ୍ରତି ଜିଲ୍ଲା ପାଇଁ ଟିମ୍ ଗଠନ କରି ଯାଞ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।

Bmc-commissioner-warned-to-hospital-who-break-protocol-of-covid-guideline
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories