ଭୁବନେଶ୍ୱରରେ କେବେ ଖୋଲିବ ସ୍କୁଲ ? ସୂଚନା ଦେଲେ BMC କମିଶନର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି କରାଯାଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି ଗାଇଡ ଲାଇନ ଅନୁସାରେ ରାଜ୍ୟରେ ନଭେମ୍ବର ୧୬ରୁ ସ୍କୁଲ୍‌ ଖୋଲିବ ବୋଲି କୁହାଯାଇଛି । ରାଜ୍ୟ ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି।

ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ଘୋଷଣା କରବା ପରେ BMC କମିଶନର ଭୁବନେଶ୍ୱରରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। BMC କମିଶନର କହିଛନ୍ତି,  ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ SOP ଅନୁସାରେ ସ୍କୁଲ୍‌ ଖୋଲିବାକୁ ଅନୁମତି ମିଳିଛି । ନବମରୁ ଦ୍ୱାଦଶ ପିଲାଙ୍କ ପାଇଁ ଗଣଶିକ୍ଷା ବିଭାଗ SOP ଜାରି କରିବ।   SOP ପରେ ଭୁବନେଶ୍ୱର ଭିତରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ।

ତେବେ ଗଣଶିକ୍ଷା ବିଭାଗ କଣ SOP କରୁଛି, ତାହାକୁ ଅପେକ୍ଷା କରାଯାଇଛି ବୋଲି BMC କମିଶନର  କହିଛନ୍ତି।

ସୂଚନାଥାଉ କି, ନବମରୁ ଦ୍ୱାଦଶ ଶ୍ରଣୀକୁ ବାଦ୍‌ ଦେଲେ ଅନ୍ୟ କ୍ଲାସ  ନଭେମ୍ବର ୩୦ ଯାଏ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

 

 

You might also like