ଭୁବନେଶ୍ୱରର ସ୍ଥିତି ଟିକେ ଚିନ୍ତାଜନକ: କମିଶନର
ଭୁବନେଶ୍ୱର: ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ। ବିଏମ୍ସିରେ କୋଭିଡ୍ ସ୍ଥିତି ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ୱରରେ ଟେଷ୍ଟିଂ ବଢାଯିବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଏୟାରପୋର୍ଟ ଓ ଷ୍ଟେସନରେ ଯାଂଚ କଡ଼ାକଡ଼ି କରାଯିବ। RT-PCR ଟେଷ୍ଟ ସଂଖ୍ୟା ବଢାଯିବ ବୋଲି ସେ କହିଛନ୍ତି।
ପଜିଟିଭ ଚିହ୍ନଟ ପରେ XIMBକୁ ସିଲ୍ କରିଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟିଂ କରାଯାଉଛି। ଯାହାର କଣ୍ଟାକ୍ଟ ଅଛି ସେମାନଙ୍କର ନିଶ୍ଚିତ ଭାବେ ଟେଷ୍ଟ କରାଯିବ। ସବୁ ଛାତ୍ରଛାତ୍ରୀଙ୍କ ତାଲିକା ମଗାଯାଇଛି, ସମସ୍ତଙ୍କର ଟେଷ୍ଟ କରାଯିବ। ଏବେ ଭୁବନେଶ୍ୱରରେ ସ୍ଥିତି ଟିକେ ଚିନ୍ତାଜନକ ହୋଇଛି ବୋଲି କମିଶନର କହିଛନ୍ତି।
#ରାଜଧାନୀରେ_ବଢ଼ିବ_କରୋନା_ଟେଷ୍ଟିଂ
ରାଜଧାନୀ ଭୁବନେଶ୍ୱରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଯାହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ବ ଦେଲେ ବିଏମସି କମିଶନର। ଶୁଣନ୍ତୁ, ସେ କ’ଣ କହୁଛନ୍ତି #Coronavirus #Covid19 #CoronaUpdate #BMC #Odisha pic.twitter.com/HpXQVhky30— ଓଟିଭି (@otvkhabar) March 22, 2021
କଟକ ପରେ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା କରୋନା। ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(BMC) ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଛି। ତେବେ କେଉଁ ପରିସ୍ଥିତିରେ ହଠାତ୍ ଏକେ ସଂକ୍ରମିତ ଚିହ୍ନଟ ହେଲେ ସେନେଇ କାରଣ ଖୋଜା ମଧ୍ୟ ଚାଲିଛି। ଗୋଟିଏ ପଟେ କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ସଂକ୍ରମଣ ବଢିବାରେ ଲାଗିଛି।