ଭିଡ଼କୁ ନଯିବାକୁ ବିଏମ୍‌ସି କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମିତ ବଢୁଥିବା ନେଇ ଜନସାଧାରଣଙ୍କୁ ସତର୍କ କରାଇଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଭିଡ଼କୁ ନଯିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର। ଦୈନିକ ପରିବା କିଣିବାକୁ ନଯାଇ, ୪/୫ ଦିନରେ ଥରେ ଯାଆନ୍ତୁ, ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି। ଜୀବନ ବଞ୍ଚିବା ଜରୁରୀ ବୋଲି କମିଶନର କହିଛନ୍ତି।

ବଜାରକୁ ଗଲାବେଳେ ସତର୍କତାର ସହ ଯିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି, ଆଳୁ ଗଦିରୁ ଜଣେ ସଂକ୍ରମିତଙ୍କ ପାଇଁ ୪୧ ଜଣ ସଂକ୍ରମିତ ହେଲେ। ମାଛ ମାର୍କେଟ ବି ବନ୍ଦ କରି ଟେଷ୍ଟ କଲୁ, ୨୧ ଜଣ ପଜିଟିଭ ବାହାରିଲେ। ତେଣୁ ସତର୍କ ରହିବା ନିହାତି ଆବଶ୍ୟକ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବଜାରକୁ ଗଲା ବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଙ୍ଗ କରନ୍ତୁ। ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି। ଏଭଳି ଜାଗାକୁ ଯିବା ବେଳେ ଭିଡ଼କୁ ନଯାଇ ଶୀଘ୍ର ଜିନିଷ ଧରି ପଳାନ୍ତୁ। 

ରାସ୍ତାକଡ଼ରେ ଦୋକାନୀଙ୍କ ପାଇଁ ରାସ୍ତାକଡ଼ରେ ବିକ୍ରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର।  ସେ କହିଛନ୍ତି, ରାସ୍ତାକଡ଼ ଜଳଖିଆ ଦୋକାନୀକୁ ଦୋକାନରେ ବିକ୍ରି ପାଇଁ ଅନୁମତି ନାହିଁ। କିନ୍ତୁ ଅନେକ ଜାଗାରେ ଦେଖାଯାଉଛି, ସେମାନେ ସେଇଠି ବିକ୍ରି କରୁଛନ୍ତି। ଲୋକମାନେ ବି ସେଇଠି ଖାଉଛନ୍ତି, ସେମିତି କରନ୍ତୁନି, ଘରକୁ ପାର୍ସଲ ନିଅନ୍ତୁ।

ବସ୍ତିରେ ହୋମ୍ କ୍ୱାରେଣ୍ଟିନକୁ ଅନୁମତି ନାହିଁ। ସରକାରୀ କ୍ୱାରେଣ୍ଟିନ କରୁଛୁ। ୬୦ ପ୍ରତିଶତ ବସ୍ତିରେ ଆମେ ଏଯାଏ କିଛି ବି କେସ୍ ପାଇନୁ। ବସ୍ତି କମିଟିର ତ୍ୱରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ ବୋଲି କମିଶନର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like