JEE ଓ ନିଟ୍‌ ପାଇଁ ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: JEE ପରୀକ୍ଷାର୍ଥୀଙ୍କ ପାଇଁ ରାଜଧାନୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। JEE ଓ ନିଟ୍‌ର ସୁପରିଚାଳନା ପାଇଁ ବିଏମ୍‌ସି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଥିବା ବିଏମ୍‌ସି ସୂଚନା ଦେଇଛି।

ସେହିପରି ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍ ନିରୀକ୍ଷକ ରହିବେ। ପିଲାଙ୍କ ଯିବାଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ। ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ ଭିଡ଼ ଏଡ଼ାଇବାକୁ ମାଇକରେ ସଚେତନ କରାଯିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେନ୍ଦ୍ର ଭିତରେ, ବାହାରେ ଓ ଟ୍ରାଫିକ ପାଇଁ ସ୍ୱ ତନ୍ତ୍ର ପୋଲିସ ରହିବେ। ପିଲାଙ୍କ ଯିବାଆସିବା ସୁବିଧା ପାଇଁ କେନ୍ଦ୍ର ବାହାରେ ଅଟୋ ରହିବ।

ସେହିପରି JEE ପରୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ବ୍ୟବସ୍ଥା କରାଯାଇଛି। କାଲି ଦିନ ୧୨.୩୦ରେ ବ୍ରହ୍ମପୁର ITIରୁ ଭୁବନେଶ୍ୱରକୁ  ବସ୍‌ ଛାଡ଼ିବ। ସୁବିଧା ନେବାକୁ ଇଚ୍ଛୁକ ପରୀକ୍ଷାର୍ଥୀ ନୋଡାଲ ଅଫିସରଙ୍କୁ ଫୋନ୍ କରିବେ। ନୋଡାଲ ଅଫିସରଙ୍କ ଫୋନ୍ ନମ୍ବର – ୦୯୪୩୮୨୯୩୯୦୯। ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

You might also like