ଭୁବନେଶ୍ୱର: ଆଗନ୍ତୁକଙ୍କ ତଥ୍ୟ ଦିଅ। ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଗାଇଡ୍ଲାଇନ୍। ରାଜଧାନୀ ଭୁବନେଶ୍ୱରେ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଗାଇଡଲାଇଡ ଜାରି କରିଛି ବିଏମସି।
ଏଥିଲାଗି ଭୁବନେଶ୍ୱରରେ ଘରକୁ ଘର ବୁଲି ଚାଲିଛି ସର୍ଭେ। ବାହାର ରାଜ୍ୟରେ ଥିବା ବ୍ୟକ୍ତି ଯଦି ଘରକୁ ଫେରିବାକୁ ଚାହୁଁଥିବେ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ପ୍ରଦାନ କରିବେ ପରିବାର ଲୋକେ।
ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆଧାର ନମ୍ବର ଏବଂ ମୋବାଇଲ ଫୋନ୍ ନମ୍ବର ଦେବାକୁ ସୂଚନା ଦିଆଯାଇଛି। ତେବେ ବିଏମସି ସର୍ଭେୟରମାନେ ବ୍ୟାଙ୍କ, ପ୍ୟାନ୍ ତଥ୍ୟ ମାଗିବେ ନାହିଁ। ସମ୍ପୃକ୍ତ ବ୍ୟକ୍ତି ଜଣକ ବାହାର ରାଜ୍ୟରୁ ଭୁବନେଶ୍ୱରକୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛି ବିଏମସି।