‘ପରୀକୁ ତଣ୍ଟି ଚିପି ହତ୍ୟା ବେଳେ ନାକରୁ ବାହାରିଥିଲା ରକ୍ତ’

ନାକରୁ ବାହାରିଥିଲା ରକ୍ତ !!

ଭୁବନେଶ୍ୱର: ଥମିବାରେ ନା ନେଉନାହିଁ ପରୀ ହତ୍ୟା ଘଟଣାର ଖିଅ। ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି ଏସଆଇଟି। ତେବେ ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ଯେତେବେଳେ ପରୀର ତଣ୍ଟି ଚିପି ହତ୍ୟା କରିଥିଲା ସେହି ସମୟରେ ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ଦେଇଛି ଏସଆଇଟି।

ଏହାସହ ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଏସଆଇଟି ହାତରେ ସେହି ଗାମୁଛା ଲାଗିଥିବା ସୂଚନା। ଯଦୁପୁର ଗାଁରେ ଅଭିଯୁକ୍ତ ଘରୁ ଉକ୍ତ ଗାମୁଛା ପାଇଥିବା ସୂଚନା। ଗାମୁଛାରେ ରକ୍ତଦାଗ ନେଇ ଏକ୍ସପର୍ଟ ସ୍ପଷ୍ଟ କରିଥିବା କହିଲା #SIT। ସେହି ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଇବSIT। 

ସେପଟେ ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମନଗଢ଼ା କାହାଣୀ କହୁଛି ଏସଆଇଟି। ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି। ଅଙ୍ଗତସ୍କରିକୁ ଲୁଚାଇବା ପାଇଁ କାହାଣୀ କୁହାଯାଉଛି। DNA ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ। ପଲିଗ୍ରାଫ ଟେଷ୍ଟ ମଧ୍ୟ ନିର୍ବିବାଦୀୟ ନୁହେଁ। ପରିବାର ଲୋକେ ବାବୁଲି ନାୟକର ନାଁ ନେଇଥିବା ବେଳେ କାହିଁକି ତାର ପଲିଗ୍ରାଫ ଟେଷ୍ଟ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ।

ଯଦି ମୃତଦେହରେ କେମିକାଲ ଲଗାଯାଇନଥିଲା, ତେବେ ୯ ଦିନ ଧରି କେମିତି ସେଥିରୁ ଗନ୍ଧ ବାହାରୁନଥିଲା, ତାହା ବଡ଼ ପ୍ରଶ୍ନ। କେଉଁଠୁ କେମିକାଲ ଆସିଲା, କିଏ କେମିକାଲ ଦେଇଥିଲା। ଏପରି ପ୍ରଶ୍ନ ସ୍ୱାଭାବିକ ଭାବେ ଓଡ଼ିଶାବାସୀଙ୍କ ମନରେ ଆସୁଛି। ଏହି ସବୁ ପ୍ରଶ୍ନ ଉପରୁ ପରଦା ଉଠାଇବା ପାଇଁ ସିବିଆଇ ତଦନ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ପ୍ରଦୀପ୍ତ ନାୟକ।

ସେପଟେ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ମିସକେସ୍ ଦାୟର ହୋଇଛି। ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମିସକେସ୍ ଦାୟର ହୋଇଛି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ପରିଷଦ ଦାବି ଦୋହରାଇଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରାଯାଇଛି। ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ପରିଷଦ। ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ଭାରତୀୟ ବିକାଶ ପରିଷଦ।

ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପଡେଟ୍ ଆସୁଛି। ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା।

ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗସ୍ ମିଳିଛି। ହେଲେ ସେଇ ଲେଗିଙ୍ଗସ୍‌ ସଂପୃକ୍ତ ନାବାଳିକାର ତ? ଏହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ।

 

You might also like