ରକ୍ତ ଭଣ୍ଡାର କର୍ମଚାରୀଙ୍କ ଅାନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ

ବାଲେଶ୍ୱର: ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟା ନେଇ ରାଜଧାନୀର ଲୋୟର ପିଏମଜିରେ ରକ୍ତ ଭଣ୍ଡାର କର୍ମଚାରୀମାନେ ଗତ ୨୬ ତାରିଖରୁ ଆନ୍ଦୋଳନ କରୁଛନ୍ତି।

ଏଭଳି ପରିସ୍ଥିତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ସକାଳୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଦୂର ଦୂରାନ୍ତରୁ ଆସି ରକ୍ତ ପାଇଁ ଅପେକ୍ଷା କରି ବସିଛନ୍ତି। ବାଲେଶ୍ୱର ବାହାନଗା ବ୍ଲକ ଷଷ୍ଠ ଗାଁର ଆଲୋକ ଜେନାଙ୍କ ୧୦ ବର୍ଷର ପୁଅ ବିଶ୍ୱଜିତ୍ ଜେନା ଥାଲାସେମିଆ ରୋଗରେ ପୀଡ଼ିତ।

ଏହି ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ତାଙ୍କ ପୁଅକୁ ରକ୍ତ ମିଳିପାରି ନାହିଁ। ରକ୍ତ ପାଇଁ ରକ୍ତ ଭଣ୍ଡାରରେ ଏବେ ମାତ୍ର ୪ଶହ ୟୁନିଟ୍ ରହିଛି। ଯାହା ୩ରୁ ୪ ଦିନ ପର୍ଯ୍ୟନ୍ତ ରୋଗୀଙ୍କ ଚାହିଦା ମେଣ୍ଟାଇ ପାରିବ।

ତେବେ ଏ ନେଇ ଏମ୍‌କେସିଜି ଡିନ୍ କହିଛନ୍ତି, ରକ୍ତ ସମସ୍ୟା ଏଡାଇବା ପାଇଁ ବିଭିନ୍ନ ଶିବିର କରାଯାଇ ରକ୍ତ ସଂଗ୍ରହ ଯୋଜନା ଚାଲିଛି।

You might also like