ବ୍ରହ୍ମଗିରି: ମହିଳାଜଣକ ଗାଧୋଇବାକୁ ନଦୀକୁ ଯାଉଥିଲେ। ବ୍ରିଜ୍ ତଳେ ଦେଖିଲେ ଡବାଟିଏ ପଡ଼ିଥିବା ଦେଖି ଉଠେଇ ଘରକୁ ନେଇ ଆସିଥିଲେ। ଘରେ ଖୋଲିବା ପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ।
ଆଜି ସକାଳେ ଧର୍ମକୀର୍ତ୍ତି ଗାଁ ନିକଟ ବ୍ରିଜ ତଳେ ଗଛମୂଳେ ଏକ ଡବା ପଡିଥିଲା। ଗାଁର ଜଣେ ମହିଳା ଗାଧୋଇ ଯାଉଥିବାବେଳେ ଡବାଟିକୁ ଘରକୁ ନେଇ ଯାଇଥିଲେ। ଘରେ ପହଞ୍ଚିବା ପରେ ଡବା ଭିତରେ କଣ ଅଛି ଦେଖିବାକୁ ଖୋଲିଥିଲେ । ହେଲେ ଡବାଟି ହାତରେ ଖୋଲି ନ ଥିଲା। ଏକ କଟୁରୀ ସାହାଯ୍ୟରେ ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଜାଣି ନ ଥିଲେ ପରିସ୍ଥିତି ଏମିତି ହେବ ବୋଲି । ଏହି ସମୟରେ ଡବା ଭିତରେ ଥିବା ବୋମା ବିସ୍ଫୋରଣ ହୋଇଥିଲ। । ଗୁରୁତର ଅବସ୍ଥାରେ ମହିଳାଙ୍କୁ ରେବଣା ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।