ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ବେଳେ ଗୁଳିମାଡ଼

ଭୁବନେଶ୍ୱର: ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳିମାଡ଼। ପ୍ରତିବାଦରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ବିଜେପିରୁ ଆଶି ବିଜେଡିରେ ମିଶିଥିବା ରବିପାତ୍ରଙ୍କ ଅଭିଯୋଗ ହେଲା, ପେଟ୍ରୋଲ ପମ୍ପ ଅାଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଚିନ୍ମୟ ବଡ଼ଜେନା ନାମକ ଜଣେ ବ୍ୟକ୍ତି ପାଖକୁ ଡାକି ଗୁଳିମାଡ଼ କରିଥିଲେ। ଏଥିରୁ ରବିପାତ୍ର ଅଲ୍ପକେ ବର୍ତ୍ତି ଯାଇଥିବାବେଳେ ଗୁଳିଟି ନିକଟରେ ଥିବା ଗାଡ଼ିରେ ବାଜିଥିଲା।

ଘଟଣା ପରେ ଉକ୍ତ ଅଞ୍ଚଳରେ ଅସନ୍ତୋଷ ଦେଖାଦେବା ସହ ଉତ୍ତ୍ୟକ୍ତ କର୍ମୀମାନେ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।  ସେପଟେ ଅଭିଯୋଗକୁ ଚିନ୍ମୟ ଖଣ୍ଡନ କରିବା ସହ ତାଙ୍କୁ ପାଲଟା ଅାକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହା ବ୍ୟକ୍ତିଗତ ଅାକ୍ରୋଶ ନା ନୂଅାଗାଁ ଓ ଶିଶୁପାଳଗଡ ମଧ୍ୟରେ ଲାଗି ରହିଥିବା ପୂର୍ବ ବିବାଦ ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ଉଭୟ ଗାଁ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବାରୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଡିସିପି କହିଛନ୍ତି। ବିଜେଡିର ଦୁଇଗୋଷ୍ଠୀ ଭିତରେ ଅାକ୍ରମଣ ପ୍ରତିଅାକ୍ରମଣ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

You might also like