କୋଭିଟ୍‌ କିଟ୍‌ ଦୁର୍ନୀତି: କିଏ ସତ କହୁଛନ୍ତି ମନ୍ତ୍ରୀ ନା ହେମନ୍ତ ଶର୍ମା ?

ଭୁବନେଶ୍ୱର: କୋଭିଡ୍ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଥମୁନି ବିବାଦ। କେଳେଙ୍କାରୀର ଆଉ କିଛି ତଥ୍ୟ ରଖି କଂଗ୍ରେସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ ବିଜେପି ବି ଶାଣିତ ଆକ୍ରମଣ କରିଛି। ଯେଉଁ ମାସ୍କକୁ ଗମେଣ୍ଟ ଇ-ମାର୍କେଟପ୍ଲସ୍‌ରୁ ଅନ୍ୟ ରାଜ୍ୟ ଟଙ୍କାଏ ୩୪ ଓ ୨ ଟଙ୍କା ୪ ପଇସାରେ କିଣିଛନ୍ତି, ସେହି ଏକା ମାସ୍କକୁ ରାଜ୍ୟ ସରକାର ଅନ୍ୟ ସଂସ୍ଥାରୁ ୧୬ ଟଙ୍କାରେ କିଣିବା ନେଇ ପ୍ରଶ୍ନ ଉଠିଛି।

ବଡ଼କଥା ହେଉଛି, ରାଜ୍ୟ ଔଷଧ ନିଗମ ଏପ୍ରିଲ ୬ରେ ଟ୍ରିପଲ ଲେୟାର ମାସ୍କ ୧୦ ଟଙ୍କାରେ କିଣିବାକୁ ଟେଣ୍ଡର ଆହ୍ୱାନ କରି କିପରି ୧୬ ଟଙ୍କାରେ କିଣିଲେ ତାହା ବି ହେରଫେରର ନୂଆ ଦିଗକୁ ଇସାରା କରିଛି। ହେଲେ ଆଜି ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କୋଭିଡ୍‌ କେଳଙ୍କାରୀକୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ମୁହଁତୋଡ ଜବାବ ଦେଇଛନ୍ତି ବିରୋଧୀ। କେଳେଙ୍କାରୀର ନୂଆ ଫର୍ଦ୍ଦ ଖୋଲି ମନ୍ତ୍ରୀଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ତଥ୍ୟ ରଖି ଅଭିଯୋଗ କରିଛି ଯେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଗଭରମେଣ୍ଟ ଇ-ମାର୍କେଟ ପ୍ଲେସ୍‌ରୁ ଓଡ଼ିଶା ଔଷଧ ନିଗମ ବିଡ୍ ଦେଇ ବି ମାସ୍କ କିଣି ନଥିଲା। ଏଥିରେ ମାର୍ଚ୍ଚ ଓ ଏପ୍ରିଲରେ ଦିଲ୍ଲୀ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ୭ ଟଙ୍କା ୫୦ରୁ ୮ ଟଙ୍କା ୪୭ ପଇସାରେ ଟ୍ରିପଲ ଲେୟାର ମାସ୍କ କିଣିଥିବା ବେଳେ ମେ ମାସରେ ଗୁଜରାଟ ୨ ଟଙ୍କା ୪ ପଇସାରେ କିଣିଥିଲା। ସେହିପରି ମେ ମାସ ୨ ତାରିଖରେ ତେଲେଙ୍ଗାନା ୧ ଟଙ୍କା ୩୪ ପଇସାରେ ମାସ୍କ କିଣିଛି। ତେବେ ଓଡ଼ିଶା ସରକାର ୩ ମାର୍ଚ୍ଚରେ ୩୦ ଲକ୍ଷ ମାସ୍କ କିଣିବାକୁ ବିଡ୍ ପକାଇ ୧୮ ମାର୍ଚ୍ଚରେ ସେଥିରୁ ଓହରି ଯାଇଥିଲେ।

ଏପ୍ରିଲ ୬ରେ ରାଜ୍ୟ ଔଷଧ ନିଗମ ଏକ ଟେଣ୍ଡର ଆହ୍ୱାନ କରିଥିଲା। ଏଥିରେ ଟ୍ରିପଲ ଲେୟାର ମାସ୍କର ଦାମ ୧୦ ଟଙ୍କା ଧାର୍ଯ୍ୟ କରିଛି ନିଗମ। ତେବେ ୧୭ ତାରିଖରେ ତାମିଲନାଡୁର ବିଷ୍ଣୁ ଡିସ୍ପୋଜେବଲ କଂପାନୀଠାରୁ ୧୬ ଟଙ୍କାରେ ମାସ୍କ କାହିଁକି କିଣିଲେ ବୋଲି ଏବେ ପ୍ରଶ୍ନ ଉଠିଛି।

ବିରୋଧୀଙ୍କ ଏ ନୂଆ ଅଭିଯୋଗ ନେଇ ମନ୍ତ୍ରୀ ଆଜି ମୁହଁ ଖୋଲି ନଥିବା ବେଳେ କେନ୍ଦ୍ରର ନିର୍ଦ୍ଦେଶରେ ୧୬ ଟଙ୍କାରେ ମାସ୍କ କିଣିଛନ୍ତି ବୋଲି ଗତକାଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ ଯେଉଁ ଗେଜେଟ୍ ବିଜ୍ଞପ୍ତିକୁ ଦେଖାଇ ମନ୍ତ୍ରୀ ଏହା କହିଥିଲେ ବୋଲି ତାହା ବୁଝାପଡ଼ୁନି। ସେଥିରେ ମାସ୍କର ଦାମ ରିଟେଲ୍‌ର ୧୬ ଟଙ୍କାରୁ ଅଧିକ ହେବନି ବୋଲି କୁହାଯାଇଛି। ପ୍ରଶ୍ନ ଉଠୁଛି ସରକାର ୩୦ ଲକ୍ଷ ମାସ୍କ ରିଟେଲ୍ ଦରର ସର୍ବୋଚ୍ଚ ଦାମ ଦେଇ କିଣିଲେ କାହିଁକି? ଯେଉଁ ବିଷ୍ଣୁ ଡିସପୋଜାଲରୁ ଏହା ୧୬ ଟଙ୍କାରେ କିଣାଯାଇଥିଲା, ସେହି କମ୍ପାନୀର ୱେବ୍‌ସାଇଟରେ ଏମିତି ମାସ୍କର କୋଟେସନ ହିଁ ନାହିଁ। ଏଥିରେ ସର୍ବାଧିକ ଟ୍ରିପଲ ଲେୟାର ମାସ୍କର ଦାମ ୬ରୁ ୧୦ ଟଙ୍କା ଯାଏଁ ଅଛି।

ପ୍ରଶ୍ନ ଉଠୁଛି, ବଜାର ଦରଠାରୁ ଚଢ଼ାଦରରେ ମାସ୍କ କିଣିବାକୁ ସରକାର ତତ୍କାଳୀନ ପରଚେଜ୍ କମିଟି ମୁଖ୍ୟ ହେମନ୍ତ ଶର୍ମାକୁ ବ୍ଲାଙ୍କ ଚେକ୍ ଦେଇଥିଲେ କି?

ଏ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, କେଉଁ ସରକାରୀ ଅଧିକାରୀଙ୍କୁ ବ୍ଲାଙ୍କ୍ ଚେକ୍‌ ଦିଆଯାଇ ନଥିଲା। ହେମନ୍ତ ଶର୍ମା କିନ୍ତୁ ବ୍ଲାଙ୍କ ଚେକ୍ ଦିଆଯାଇଥିବା କଥା କହିଥିଲେ। ତେବେ ସତ କିଏ କହୁଛି, ମନ୍ତ୍ରୀ ନା ହେମନ୍ତ ଶର୍ମା?

ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଆବଶ୍ୟକତା ଅନୁସାରେ ପିପିଇ କିଟ୍, ମାସ୍କ ଓ ଅନ୍ୟ ସରଞ୍ଜାମ ମହଜୁଦ ଅଛି। ତେବେ ଯଦି ମନ୍ତ୍ରୀ ସତ କହିଥିଲେ, ତେବେ ପୁଣି ୨୦ ଲକ୍ଷ ମାସ୍କ କିଣିବାକୁ କାହିଁକି ଟେଣ୍ଡର କରିଛି ରାଜ୍ୟ ଔଷଧ ନିଗମ? ଏ ପ୍ରଶ୍ନ ର ଉତ୍ତର ବି ମନ୍ତ୍ରୀଙ୍କ ପାଖରେ ନାହିଁ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like