• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବ୍ରହ୍ମପୁର: ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି କୃଷ୍ଣ ସାର ମୃଗ। କିଏ ପଡ଼ିଆରେ ବୁଲି ଖାଦ୍ୟ ଖୋଜୁଛି ତ କିଏ ଡିଆଁ ମାରି ଖେଳୁଛି। ଏଭିଲ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଈ ଗାଁରେ। ଏଠାରେ ହଜାର ହଜାର କୃଷ୍ଣସାର ମୃଗ ଦେଖିବାକୁ ମିଳନ୍ତି। ଏବେ ଏହି କୃଷ୍ଣ ସାର ମୃଗର ସଂଖ୍ୟା ୪ ହଜାରକୁ ବୃଦ୍ଧି ପାଇଲାଣି।

ସ୍ଥାନୀୟ ଲୋକେ ମଧ୍ୟ ନିଜ ପିଲା ଭଳି ଏମାନଙ୍କ  ଯତ୍ନ ନେଇଥାନ୍ତି। ହେଲେ ଏମାନଙ୍କ ରକ୍ଷଣାବେକ୍ଷଣ ପ୍ରତି ସରକାର କି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛି କୃଷ୍ଣସାର ମୃଗ ପରିଚାଳନା କମିଟି। ଏହି ମନୋରମ ଦୃଶ୍ୟ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। ହେଲେ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳି କିଛି ବ୍ୟବସ୍ଥା ମଧ୍ୟ ନ ଥିବା ଅଭିଯୋଗ ହୋଇଛି।

କୁହାଯାଏ, ଦେଶ ସ୍ୱାଧୀନ ପୂର୍ବରୁ ଏଠାରେ ମରୁଡି ପଡ଼ିଥିଲା। ତେବେ ହଠାତ୍ କୃଷ୍ଣସାର ମୃଗ ଦେଖାଦେବା ପରେ ବର୍ଷା ହୋଇଥିଲା। ସେହି ଦିନଠାରୁ ଏହି କୃଷ୍ଣସାର ମୃଗଙ୍କ ବାସସ୍ଥଳୀ ପାଲଟିଛି ଭେଟନଈ ଗାଁ।  ସେପଟେ, ଏମାନଙ୍କ ସୁରକ୍ଷା ପାଇଁ ଭିଉ ଟାୱାର ନିର୍ମାଣ କରାଯିବା ସହିତ ଶୀକାର ରୋକିବା ପାଇଁ ଶକ୍ତ ନିୟମ କରାଯାଇଛି। ଏଥିସହ କୃଷ୍ଣ ସାର ମୃଗଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ସମସ୍ତ ବ୍ୟବସ୍ଥା କରାଯାଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନଥ କହିଛନ୍ତି।

Blackbucks-rise-to-4-thousand-in-ganjam1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories