• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କୋଣାର୍କ: ପ୍ରଳୟଙ୍କରୀ ଝଡ଼ ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର। ବିକୃତ ହୋଇ ଯାଇଛି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମୀ। ସୂର୍ଯ୍ୟମନ୍ଦିର ଖୋଲୁ ନ ଥିବାରୁ ବିରସ ମନରେ ଫେରୁଛନ୍ତି ପର୍ଯ୍ୟଟକ। ଦେଖଣାହାରୀ ନ ଥିବାରୁ ଖାଁ ଖାଁ ଲାଗୁଛି ସମୁଦ୍ରକୂଳ ।

ଉତ୍କଳର ଐତିହ୍ୟ ଓ ଭାସ୍କର୍ଯ୍ୟକୁ ଅତି ପାଖରୁ ଦେଖିବାକୁ ଯେଉଁଠି ଦିନ ତମାମ ଲାଗୁଥିଲା କୋଳାହଳ, ସେ ସ୍ଥାନ ଆଜି ଖାଁ ଖାଁ ଲାଗୁଛି। ସମୁଦ୍ର କୋଳରୁ ଉଦିତ ସୂର୍ଯ୍ୟଙ୍କ ପ୍ରଥମ ପରଶ ପାଇବାକୁ ଯେଉଁଠି ସୃଷ୍ଟି ହେଉଥିଲା ଜନସମୁଦ୍ର, ସେଠି ରାଜୁତି କରୁଛି ନିସ୍ତବ୍ଧ ପରିବେଶ। ଅପ୍ରତ୍ୟାଶିତ ପ୍ରଳୟର ପ୍ରକୋପରେ କେତେ ଆଘାତ ପାଇଛି ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ା।

ସୌନ୍ଦର୍ଯ୍ୟ ବଢାଉଥିବା ବଡ଼ ବଡ଼ ଗଛ ଧରାଶାୟୀ ହୋଇଛି। ସୂର୍ଯ୍ୟ ମନ୍ଦିର ଯେଉଁ କାଁ ଭାଁ ପର୍ଯ୍ୟଟକ ଆସୁଛନ୍ତି, ଏଭଳି ଅବସ୍ଥା ଦେଖି ଚକିତ ହେଉଛନ୍ତି। ଭାଙ୍ଗିରୁଜି ଯାଇଛି ଟିକଟ୍ କାଉଣ୍ଟର ଓ ପ୍ରବେଶ ପଥ। ତେଣୁ ଶୀଘ୍ର ଏସବୁର ମରାମତି ସାରି ସୂର୍ଯ୍ୟ ମନ୍ଦିର ଖୋଲିବାକୁ ସବୁ ମହଲରୁ ସରକାରଙ୍କୁ ଅନୁରୋଧ କରାଯାଉଛି।

ଏପଟେ ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମୀ ଚିହ୍ନି ହେଉନି । ସମୁଦ୍ର କୂଳକୁ ଯାଇଥିବା ରାସ୍ତାକୁ କି ମନକିଣା ଝାଉଁ ବଣକୁ ନିର୍ଘାତ ପବନରେ ଠାଏ ଠାଏ ସୃଷ୍ଟି ହୋଇଛି ଛୋଟ ଛୋଟ ବାଲିର ପାହାଡ଼। ଅସଜଡ଼ା ହୋଇପଡିଛି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ। ଏଣେ ତେଣେ ବିକ୍ଷିପ୍ତ ପଡିଛି ମତ୍ସଜୀବୀଙ୍କୁ ଦାନା ଯୋଗାଉଥିବା ଡଙ୍ଗା, କେଉଁଠି ବାଲି ଭର୍ତି ଅବସ୍ଥାରେ ପଡିଛି ତ ଆଉ କେଉଁଠି କାମରେ ନ ଲାଗିବା ଭଳି ଅବସ୍ଥା। ସମୁଦ୍ର ଭସାଇ ନେଇଛି ଜାଲ ଓ ଆନୁସଙ୍ଗିକ ସାମଗ୍ରୀ। ଆଉ ସତେ ଯେମିତି ଝଡ଼ ମାଡ଼ରେ ଝଡି ଯାଇଛି ସମୁଦ୍ର କୂଳରେ ଛୋଟମୋଟ ବେପାର କରି ବଞ୍ଚୁଥିବା ବ୍ୟବସାୟୀ।

Black-pagoda-konark-is-badly-affected-by-cyclone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories