ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁର ଗାଁରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗଡ଼ିଶାଗଦା ଥାନାରେ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଭିତ୍ତିରେ ଏହି ମାମଲା ରୁଜୁ କରାଯାଇଛି।

ଏହାସହ ପୁଲିସ୍‌ ଓମ୍‌ ପ୍ରକାଶଙ୍କ ସହଯୋଗୀଙ୍କୁ ଅଟକ ରଖିଛି। ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟିଂ ଶେଷ ଆଡ଼କୁ ଓମ୍ ପ୍ରକାଶ ଓ ତାଙ୍କର ଦୁଇ ସହଯୋଗୀ ବୁଥ୍‌ରେ ପଶି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହିତ ଇଭିଏମ୍ ମେସିନ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

ଘଟଣାସ୍ଥଳରୁ ସେମାନେ ପଳାଉଥିବା ବେଳେ ଓମ୍‌ ପ୍ରକାଶଙ୍କ ଦୁଇ ସହଯୋଗୀଙ୍କୁ ଗାଁ ଲୋକେ କାବୁ କରି ନେଇଥିଲେ। ଏହା ପରେ ପୁଲିସ୍‌ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏକ ବନ୍ଧୁକ ମଧ୍ୟ ଜବତ କରିଥିଲା। ଏନେଇ ପ୍ରିଜାଇଡିଂ ଅଫିସର୍‌ ଶିବରାମ ମହାପାତ୍ର ଥାନାରେ ଅଭିଯୋଗ କରିଥିଲେ।

You might also like