• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର: ସରକାରୀ ସଙ୍ଗଠନ ‘ବିଜୁ ଯୁବ ବାହିନୀ’କୁ ନିର୍ବାଚନ ପ୍ରଚାର କାମରେ ଲଗାଉଛି ବିଜେଡି। ଆଜି ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁନାକର ବେହେରା ଏହି ଅଭିଯୋଗ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ଗତ ବୁଧବାର ଦିନ କେନ୍ଦ୍ରାପଡ଼ାର ଏକ ନିର୍ଦ୍ଦିଷ୍ଟ ହୋଟେଲରେ କେନ୍ଦ୍ରାପଡ଼ା ଜିଲ୍ଲାର ‘ବିଜୁ ଯୁବ ବାହିନୀ’ ସଭ୍ୟମାନଙ୍କୁ ଡାକି ନିର୍ବାଚନ ପ୍ରଚାର କରିବାକୁ ପ୍ରବର୍ତ୍ତାଇଥିଲେ।

ମୁଖ୍ୟତଃ ବିଜୁ ଯୁବବାହିନୀ ଏକ ସରକାରୀ ସଂଗଠନ ହୋଇଥିବାରୁ ଜଣେ ସାଂସଦ ପ୍ରାର୍ଥୀ ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ସେମାନଙ୍କ ସହ ଆଲୋଚନା କରିବା ସରକାରୀ କଳର ଖୋଲା ଅପବ୍ୟବହାର ବୋଲି ସୁନାକର ଅଭିଯୋଗ କରିଛନ୍ତି। ଅରୂପଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁନାକର ଦାବି କରିଛନ୍ତି।

ଅନ୍ୟପଟେ ଭୁବନେଶ୍ୱରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବା ପରେ ବିଜୁ ଯୁବବାହିନୀର ମୁଖ୍ୟ ପଦ ଛାଡ଼ିଥିବା ନେଇ କିଛି ଦିନ ତଳେ ଗଣମାଧ୍ୟମକୁ କହିଥିଲେ ଅରୂପ।

ତେବେ ବିଜୁ ଯୁବ ବାହିନୀ ଓଡ଼ିଶା ସରକାରଙ୍କର ଏକ ୟୁଥ୍‌ ୱିଙ୍ଗ୍‌ ଭାବେ କାମ କରୁଥିବା ବେଳେ ଏହାକୁ ବିଜେଡି କିଭଳି ନିର୍ବାଚନୀ କାମରେ ଲଗାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ବିଜୁ ଯୁବ ବାହିନୀକୁ ବିଜେଡି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଦଳୀୟ କାମରେ ଲଗାଉଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବିଜୁ ଯୁବ ବାହିନୀର କର୍ମୀମାନଙ୍କୁ ଅରୂପ ନିର୍ବାଚନ ପ୍ରଚାରର ଉପାୟ ବତେଇଥିଲେ। ଲୋକଙ୍କୁ ସରକାରୀ ସୁବିଧାର ଲୋଭ ଦେଖେଇବାକୁ ଓ ନହେଲେ ସେ ସବୁ ମିଳିବନି ବୋଲି ଧମକ ଦେବାକୁ ପ୍ରବର୍ତ୍ତେଇଥିବା ଅଭିଯୋଗ ହୋଇଛି। ହୋଟେଲ୍ ଭିତରେ ଅରୂପ ସେମାନଙ୍କ ସହ ଆଲୋଚନା କରୁଥିବା ବେଳର କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

‘ବିଜୁ ଯୁବ ବାହିନୀ’ ଯେହେତୁ ଏକ ସରକାରୀ ଅନୁଷ୍ଠାନ, କେନ୍ଦ୍ରାପଡ଼ାରେ କିପରି ସରକାରୀ କଳର ଅପବ୍ୟବହାର କରାଯାଉଛି, ତା’ର ଏହା ଏକ ଛୋଟ ଉଦାହରଣ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ାରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାଜିତ କରିବାକୁ ବିଜେଡି ସଂପୂର୍ଣ୍ଣ ଭାବରେ ସରକାରୀ କଳକୁ ସିଧାସଳଖ ଲଗେଇ ଦେଇଛି ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି।

 

Bjps-kendrapara-mla-candidate-sunakar-behera-levels-serious-allegations-against-bjds-arup-patnaik
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories