ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଏହି ଅବସରରେ ଆଳି ନୂଆବଜାର ଠାରେ ଶତାଧିକ ଲୋକ ଏକାଠି ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। କର୍ମୀମାନେ ବାଜପେୟୀଙ୍କ ଅମର ଆତ୍ମାର ସତ୍‌ଗତି ପାଇଁ ସମବେତ ଦୀପ ଦାନ କରି ପ୍ରାର୍ଥନା କରିଥିଲେ। ବାଜପେୟୀଙ୍କ ଭଳି ବାଗ୍ମୀ, ବିଚକ୍ଷଣ, ଯୋଗଜନ୍ମା ଓ ମହାନ୍‌ ଜନନାୟକଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା।

You might also like