ପଶ୍ଚିମବଙ୍ଗରେ ସରକାର ଗଠନ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି: ଅମିତ ଶାହ

ଭୁବନେଶ୍ୱର: ପଶ୍ଚିମବଙ୍ଗ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି। ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଶହରୁ ଅଧିକ ସିଟ୍‌ରେ ବିଜେପି ସରକାର ଗଠନ କରିବ। ଆଉ ଏହା ପରେ ପରେ ଓଡ଼ିଶାରେ ବି ଶାସନକୁ ଆସିବ ବିଜେପି। ଗତକାଲି କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କିଛି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ପୂର୍ବ ଭାରତର ବିକାଶର ଧାରା ପଶ୍ଚିମବଙ୍ଗରୁ ଆରମ୍ଭ ହେଉଛି। ଏହାପରେ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ହୋଇ କେରଳରେ ପହଞ୍ଚିବ। ଏହି ସବୁ ରାଜ୍ୟରେ ବିଜେପିକୁ ସଫଳତା ମିଳିବା ସହ ଶାସନ ମଙ୍ଗ ଧରିବ ବୋଲି କହିଛନ୍ତି ଅମିତ ଶାହ। ଏଥିପାଇଁ ଦଳୀୟ କର୍ମୀଙ୍କୁ ଏକଜୁଟ୍ ହେବା ସହ ସଂଗଠନକୁ ମଜବୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଅମିତ ଶାହଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଛି।

ଆସନ୍ତା କିଛି ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏନେଇ ଅମିତ ଶାହଙ୍କ ମାରାଥନ ରାଲି, ସଭାର ଆୟୋଜନ ହୋଇଛି। ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ଦିଦିଙ୍କ ଗଡ଼ ହାତେଇବାକୁ ଜୋର୍‌ଦାର ଉଦ୍ୟମ କରୁଛି ବିଜେପି

You might also like