କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ୋକ୍ତି, ଲୋକେ ବିଜେପିକୁ ଜିତାଇବେ

ଭୁବନେଶ୍ୱର: ୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଅା ଟୁଡେ ସର୍ଭେକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଯଦିଓ ବିଧାନସଭା ନିର୍ବାଚନରେ ବିଜେଡି ଓ ଲୋକସଭା ନିର୍ବାଚନରେ ବିଜେପି ଅଧିକ ସିଟ୍  ଜିତିବ ବୋଲି ଅାକଳନ କରାଯାଉଛି, ଲୋକେ କିନ୍ତୁ ଗୋଟିଏ ଚିହ୍ନରେ ଭୋଟ୍ ଦେବେ ।

ଓଡ଼ିଶା ବଡ଼ ପରିବର୍ତ୍ତନ ଅାଡକୁ ମୁହାଁଇଛି ଓ ଏଠାରେ ବିଜେପି ସରକାର ଗଠନ କରିବ ବୋଲି ଧର୍ମେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି । ତାସହ ନବୀନଙ୍କ ସହ ସେ ତୁଳନୀୟ ନୁହଁନ୍ତି ବୋଲି କହିଛନ୍ତି ।

You might also like