ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ-ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରି ଆସିଛନ୍ତି।  

ସୂଚନାଥାଉ କି, ଆଜି ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ମା’ ମାନେ ଜନ୍ମରୁ ନେତା। ନେତୃତ୍ୱ ନେବାର ସାମର୍ଥ୍ୟ ସେମାନଙ୍କ ପାଖରେ ଅଛି। ମହିଳାଙ୍କୁ ସଶକ୍ତ କରିବାକୁ ବିଜୁ ଜନତା ଦଳ ଉଦ୍ୟମ ଜାରି ରଖିଛି। ପଞ୍ଚାୟତ, ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ କରାଯାଇଛି ବୋଲି କହିଲେ ନବୀନ  

ଏହାକୁ ସମାଲୋଚନା କରି କହିଥିଲେ,  ପୁରନ୍ଦେଶ୍ୱରୀ କହିଥିଲେ,  ବିଜେପି ମହିଳାଙ୍କୁ ସମ୍ମାନ ଦିଏ। ଦେଶର ପ୍ରତି ଘରେ ପାଇଖାନା ନିର୍ମାଣ ପାଇଁ ମୋଦି ସଂକଳ୍ପ ନେଇଛନ୍ତି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଭାଗିଦାରୀରେ ୭୪ ଲକ୍ଷ ଶୌଚାଳୟ ହୋଇଛି, ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଣ ହେଉଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଘରେ ବିଜେଡି ନିଜ ପୋଷ୍ଟର ଲଗାଉଛି। ଏଠି ସରକାର ଲୋକଙ୍କ ହିତ ନୁହେଁ, ପୋଷ୍ଟର ମାରିବା କାମରେ ଲାଗିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେ ବିଜେଡି ଯଦି ମା’ଙ୍କୁ ସମ୍ମାନ ଦେଉଥାଏ, ୪ ମହିଳାଙ୍କୁ ବିଧବା କାହିଁକି କରାଗଲା। ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ବୋଲି ନବୀନ କହୁଛନ୍ତି। କୁଳମଣି ବରାଳ, ପରୀ କଣ ତାଙ୍କ ପରିବାରର ନୁହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ୱରୀ  

You might also like