ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତକୁ ବିରୋଧ କରିବ ବିଜେପି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ବିରୋଧ କରିବ। ଏନେଇ ଗତକାଲି ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ କ୍ୟାନ୍‌ସର୍‌ ହସ୍ପିଟାଲ୍‌ର ଶିଳ୍ୟାନାସ କାର୍ଯ୍ୟକ୍ରମରେ ଯୋଗଦେବେ। ହେଲେ ଏହି ହସ୍ପିଟାଲ୍‌କୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଗତ ବର୍ଷ ଅଗଷ୍ଟ ୧୪ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ୬ ମାସ ଯାଏ ହସ୍ପିଟାଲ୍‌ର କୌଣସି ପ୍ରକାର ନିର୍ମାଣ ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ୬ ମାସ ନପୂରୁଣୁ କିପରି ମୁଖ୍ୟମନ୍ତ୍ରୀ ଏହାର ଶିଳ୍ୟାନାସ କରିବେ ତାକୁ ନେଇ ବିଜେପି ଆପତ୍ତି ଉଠାଇଛି।

ଏହା କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଦର୍ଶାଇ ଦଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ। ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି, ଯାହାକୁ ବିରୋଧ କରି ହାଇକୋର୍ଟରେ ମାମଲା ଚାଲିଛି।

ସେପଟେ ଶିଳ୍ୟାନାସକୁ ନେଇ କୌଣସି ପ୍ରତିବନ୍ଧକ ନଥିବା ଝାରସୁଗୁଡ଼ା ଜିଲ୍ଲପାଳ ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି।

You might also like