ଦୁର୍ନୀତି ଓ ଅଫିସର୍‌ ରାଜ୍ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ୱର: ନବୀନଙ୍କୁ ମୋଦି ଓ ଶାହାଙ୍କ ଶାଣିତ ଆକ୍ରମଣ ତିନି ଦିନ ଭିତରେ ଅନେକ କିଛି ଇଙ୍ଗିତ କରିଛି। ମୋଦି-ଶାହା ଯୋଡ଼ି ଉଠାଇଥିବା ପ୍ରସଙ୍ଗ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପିର ବଡ଼ ଅସ୍ତ୍ର ହେବାକୁ ଯାଉଛି। ନବୀନଙ୍କ ବିରୋଧରେ ମୋଦିଙ୍କ ମୁହଁରୁ ବାହାରିଥିବା ଦୁର୍ନୀତି କଥାକୁ ବିଜେପି ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି। ସେହିପରି ଶାହା କହିଥିବା ଅଫିସର୍‌ ରାଜ୍‌ କଥା ବି ଦଳ ପ୍ରସଙ୍ଗ କରିବ। ଯୋଜନା ଅନୁସାରେ ଦଳ ପକ୍ଷରୁ ପ୍ରତି ବୁଥ୍‌ରେ ୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଏହି ଦାୟିତ୍ୱ ଦିଆଯିବ।

ରାଜ୍ୟରେ ବିଜେଡିର ନେତା କିଛି ନୁହଁନ୍ତି ଅଫିସର୍ ହିଁ ସର୍ବେସର୍ବା ବୋଲି ପୂର୍ବରୁ ବିଭିନ୍ନ ନେତା ଅଭିଯୋଗ ଆଣିଥିବାବେଳେ ଶାହାଙ୍କ ମନ୍ତବ୍ୟ ବିଜେପି ନେତାଙ୍କୁ ଉତ୍ସାହିତ କରିଛି।

୨୦୧୪ ପରେ ମୋଦି ଓଡ଼ିଶାକୁ ୭ଥର ଓ ଶାହା ୮ ଥର ଆସିଛନ୍ତି। କିନ୍ତୁ କୌଣସି ଗୋଟିଏ ବି ସଭାରେ ନବୀନଙ୍କ ନାଁ ନେଇ ମୋଦି ଏପରି ଢଙ୍ଗରେ ଟାର୍ଗେଟ୍ କରିନଥିଲେ। ଯଦିଓ ଶାହା ନବୀନ ସରକାରକୁ ଉପାଡ଼ି ବଙ୍ଗୋପସାଗରରେ ଫୋଫାଡ଼ି ଦେବାକୁ ପୂର୍ବରୁ ଆହ୍ୱାନ ଦେଇଥିଲେ, କିନ୍ତୁ ଏଥର ପ୍ରଥମଥର ପାଇଁ ଅଫିସର୍‌ ରାଜର ଗୋହି ଖୋଳି ଶାହା ଅଧିକ ଆକ୍ରମଣାତ୍ମକ ହୋଇଥିଲେ।

ତେବେ ନବୀନଙ୍କ ବିରୋଧରେ ଏହା ମୋଦି  ଓ ଶାହାଙ୍କ ପ୍ରଥମ ନିର୍ବାଚନ ପ୍ରଚାର ବୋଲି କୁହାଯାଉଥିବା ବେଳେ ନବୀନ ବି ପ୍ରଥମଥର ମୋଦିଙ୍କୁ କାଉଣ୍ଟର୍‌ କରିବାକୁ ବାହାରିଥିଲେ। ତେବେ ବିଜେଡି ଦୁହିଁଙ୍କ ଗସ୍ତକୁ ପ୍ରଭାବଶୂନ୍ୟ କହିଛି।

ଅନ୍ୟପଟେ କଂଗ୍ରେସ କହିଛି, ଦୁହେଁ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗ ବିଜ଼େଡିକୁ ପ୍ରଭାବିତ କରିବ ଓ କଂଗ୍ରେସକୁ ଫାଇଦା ଦେବ।

ମୋଦି ଓ ଶାହାଙ୍କ ଭଳି ଦଳର ଟପ୍ ନେତାଙ୍କୁ ଓଡ଼ିଶା ଆଣି ନବୀନଙ୍କୁ ଟାର୍ଗେଟ୍ କରିବାର ରଣନୀତି ବିଜେପିକୁ ମିଶନ୍ ୧୨୦ ପ୍ଲସ୍‌ ପାଇଁ କେତେ ବଳ ଦେଉଛି ତା’ ଉପରେ ସମସ୍ତଙ୍କ ନଜର।

 

 

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like