• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପିପିଲି: ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହୋଲ ସେତିକି ଉଷ୍କତା ଧରୁଛି। ଦଳଗୁଡ଼ିକ ମଧ୍ୟ ସେତିକି ତତ୍ପର ହେଉଛନ୍ତି। ୧୭ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଅର୍ଥାତ ଗୁରୁବାର ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶ କରାଯାଉଛି ଏବଂ କଂଗ୍ରେସ ରେସରେ ନଥିବା ଭଳି ମନେ ହେଉଛି। ଗୋଟିଏ ପଟେ ରାଜନୈତିକ ଛକାପଞ୍ଜା, ହିଂସା, ଉତ୍ତେଜନା ଆଦି ନଜର ଆସୁଥିବା ବେଳେ ଅନ୍ୟପଟେ ଏନେଇ ବୁଧବାର ବିଜେପିର ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ସିଇଓଙ୍କ ନିକଟରେ ବିଜେପି ଦାବି କରିଛି ଯେ, ପିପିଲିରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଉ। ଗତ ନିର୍ବାଚନରେ ଏହି ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଏଜେଣ୍ଟ ମାନଙ୍କୁ ମଧ୍ୟ ବସିବାକୁ ସୁଯୋଗ ଦିଆଯାଇନଥିଲା। ତେଣୁ ଏଥିପ୍ରତି ଅଧିକ ଦୃଷ୍ଟି ଦିଆଯାଉ ବୋଲି ବିଜେପି ଦାବି କରିଛି। ତେବେ ପାଖାପାଖି ୪୦ଟି ସମ୍ବେଦନଶୀଳ ବୁଥ୍ ରହିଥିବା କୁହାଯାଉଛି। ଏହି ବୁଥ୍ ଗୁଡ଼ିକରେ ବିଜେଡି କର୍ମୀ ଓ ନେତାମାନେ ଭୋଟରଙ୍କୁ ଭୟଭୀତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଖାଲି ସେତିକି ନୁହେଁ ଡେଲାଙ୍ଗ ତହସିଲଦାରଙ୍କ ପକ୍ଷପାତିତା ଉପନିର୍ବାଚନ ଉପରେ ପ୍ରଭାବ ପକାଉଥିବା ମଧ୍ୟ ସମ୍ବିତ ଅଭିଯୋଗ କରିଛନ୍ତି।

ସମ୍ବିତ ପାତ୍ରଙ୍କ ସହ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସମ୍ପାଦକ କାଳନ୍ଦୀ ସାମଲ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ।

ତେବେ ଗତ କିଛି ଦିନ ହେବ ପିପିଲିରେ ର୍ନିବାଚନୀ ମାହୋଲ ଉଷ୍କତା ଧରିଥିବା ବେଳେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଛି। ବିଜେଡିର ବଡ଼ ବଡ଼ ନେତା ଓ ମନ୍ତ୍ରୀମାନେ ପଞ୍ଚାୟତ ଗୁଡ଼ିକର ଦାୟିତ୍ୱ ନେଇଥିବା ବେଳେ ର୍କମୀମାନେ ବୁଥ୍ ଜଗି ବସିଛନ୍ତି। ସେପଟେ ବିଜେପି ପାଇଁ ର୍ଧମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡାଙ୍କ ଭଳି ହାଇଭୋଲଟେଜ ନେତାମାନେ ରୋଡ ଶୋ କରିଛନ୍ତି।

Bjp-team-lead-by-sambit-patra-met-ceo
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories