ରାଇବଗା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ସରକାରଙ୍କୁ ଘେରିଲା ବିଜେପି, ଆଣିଲା ଏମିତି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଘଟଣାକୁ ନେଇ ରାଜନୀତି ତେଜୁଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱ ସହ ନେଇ ନାହାନ୍ତି   ା ଆଦିବାସୀ ନାବାଳିକାଙ୍କୁ ନିର୍ଯାତନା ଦିଆଗଲା। ଏହାସତ୍ତ୍ୱେ ରାଜ୍ୟ ରାଜ୍ୟ ସରକାର SC/ST ଆଇନରେ ମାମଲା ରୁଜୁ କରିନାହାନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି କହିଛି,  ଖାଲି ସୁନ୍ଦରଗଡ଼ ନୁହେଁ, ମାଲକାନଗିରି ଘଟଣାରେ ବି ସମାନ ଭାବେ ସରକାର ଅଣଦେଖା କରିଛନ୍ତି। ଉଭୟ ଘଟଣାରେ ପୋଲିସ୍‌ ଦ୍ୱାରା ଜଣେ ପୀଡ଼ିତା ଦୁଷ୍ମର୍ମ ଶିକାର ହୋଇଛନ୍ତି। ତଥାପି କିପରି ସରକାର ଏହାର ଗମ୍ଭୀରତା ବୁଝି ପାରିଲେନି ସେ ନେଇ ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ।

ଏହି ଦୁଇଟି ମାମଲାରେ SIT ଗଠନ କରି ତଦନ୍ତ କରାଯାଉ । ଉଭୟ ମାମଲାରେ ଶେଷ ଅପରାଧୀ ଗିରଫ ନହେବା ଯାଏ ବିଜେପି ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ସେପଟେ ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପକ୍ଷେ ବୀରମିତ୍ରପୁର ନାବାଳିକା ଗର୍ଭପାତ ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।  ଆଇନ୍ ଶୃଙ୍ଖଳା ଓ ମହିଳାଙ୍କୁ ସୁରକ୍ଷାରେ ସରକାର ନିଜକୁ କେତେ ନମ୍ବର ଦେବେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

ଆହୁରି ପଢ଼ନ୍ତୁ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

ଟିଣ କେନ୍ ଭିତରେ ଫଶି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

ପଣ୍ୟ କାରବାରରେ ୧ ନମ୍ବର ପାରାଦୀପ ବନ୍ଦର

ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ; ୩୧ ସୁସ୍ଥ

‘ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ’

ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

କଟକ ସହର ସଟ୍‌ଡାଉନ୍‌

କଟକ ସହରରୁ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ୬ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ

You might also like