‘କାଳିଆ’ ହିତାଧିକାରୀଙ୍କ ତାଲିକାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ବର୍ଷିଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିସ ଅନୁସାରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଯାହାର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା କରିବାକୁ ସେ ଦାବି କରିଛନ୍ତି।

ସେ କହିଛନ୍ତି,‘ଚାଷୀ ଆପଣଙ୍କୁ(ରାଜ୍ୟ ସରକାର) କେବେ ପଇସା ମାଗି ନ ଥିଲା। ଚାଷୀଙ୍କୁ ଯାଚିକି ପଇସା ଦିଆଯାଇଛି। ତାଲିକା ଆପଣ କରିଛନ୍ତି। ଚାଷୀ ଆପଣଙ୍କୁ ବାଧ୍ୟ କରି ନ ଥିଲା ତାଲିକା ପ୍ରସ୍ତୁତ କରିବାକୁ।’

ସେ ଆହୁରି କହିଛନ୍ତି, ‘ ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହେଉଛି ରାଜ୍ୟ ରାଜକୋଷର ସୁରକ୍ଷା। ରାଜ୍ୟ ରାଜକୋଷକୁ ଠିକ୍‌ ଢଙ୍ଗରେ ପରିଚାଳନା କିଭଳି ଭାବରେ କରାଯିବ ତାହା ସରକାରଙ୍କ ନୈତିକ ଦାୟିତ୍ୱ। ଅଯୋଗ୍ୟ ତାଲିକାରେ ଯେତେବେଳେ ଚାଷୀଙ୍କ ନାଁ ଲେଖାଯାଇଛି, ଚାଷୀ ଖାଲି ଭୟଭୀତ ନୁହେଁ ଅପମାନିତ ମଧ୍ୟ ମନେ କରୁଛି।’

ଅଯୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୧ ନୁହେଁ, ପ୍ରାୟ ୨୦ ଲକ୍ଷ ହେବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏଥିପାଇଁ ୧୭୦ କୋଟି ଟଙ୍କା ଅପବ୍ୟୟ ହୋଇଛି। କୃଷି ମନ୍ତ୍ରୀ, ସଚିବ, ଅର୍ଥ ମନ୍ତ୍ରୀ, ସଚିବ ଯେଉଁମାନେ ଚୟନ ପ୍ରକ୍ରିୟାରେ ସାମିଲ ଥିଲେ, ସେମାନଙ୍କ ଦରମାରୁ ଏହି ଟଙ୍କା ଆଦାୟ କରିବାକୁ ବିଜେପି ଦାବି କରିଛି।

ଅନ୍ୟପକ୍ଷରେ ବିଜେପିର ଏଭଳି ଅଭିଯୋଗକୁ ନେଇ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like