• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ସାର ଯୋଗାଣ ନେଇ କୃଷି ମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଟାର୍ଗେଟ୍ । ପ୍ରେସମିଟ୍ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ମିଥ୍ୟା ତଥ୍ୟ ଦେଇ ଓଡ଼ିଶା ଲୋକଙ୍କୁ ଭ୍ରମିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଗତ ୩ ବର୍ଷ ଭିତରେ ରାଜ୍ୟକୁ ଅଧିକ ସାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ତଥ୍ୟକୁ ଆଧାରରେ ରାଜ୍ୟ ପାଖରେ ଆବଶ୍ୟକତା ଠାରୁ ଅଧିକ ସାର ମହଜୁଦ୍ ରହିଛି । ହେଲେ ଏ ସମ୍ପର୍କରେ ଅଜଣା ମନ୍ତ୍ରୀ ଅରୁଣ ସାହୁ ସାରର ଅଭାବ ଥିବା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି  ।

ଓଡ଼ିଶା ପାଇଁ ୨୦୨୦-୨୧ରେ ୫.୬୫ ଲକ୍ଷ ମେଟ୍ରିକ ଟନ୍ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ଦେଇଛି ୬.୬୬ ମେଟ୍ରିକ ଟନ୍ । ସେହିପରି ସିଧାସଳଖ ଡିବିଟି ମାଧ୍ୟମରେ ଲୋକଙ୍କ ପାଖରେ ୫.୨୭ ଲକ୍ଷ ମେଟ୍ରିକ ଟନ୍ ରିଆ ସାର ଲୋକଙ୍କ ପାଖରେ ପହଁଚିଛି । ସାରର ଆବଶ୍ୟକତା ପୂରଣ କରିବା ସତ୍ତ୍ବେ କୃଷି ମନ୍ତ୍ରୀ କେନ୍ଦ୍ର ନିକଟକୁ କିପରି ଚିଠି ଲେଖିଲେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ । ମନ୍ତ୍ରୀଙ୍କ ଚିଠିରେ ଯଥାର୍ଥତା କିଛି ରହିଲା ନାହିଁ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗୋଲକ  । ସେପଟେ ବିଜେପିର ପ୍ରେସମିଟ୍ ଉପରେ ମନ୍ତ୍ରୀ ଅରୁଣ ସାହୁ କିମ୍ବା ସରକାରୀ ଦଳର ପ୍ରତିକ୍ରିୟା ମିଳିପାରିନାହିଁ  ।

ସେପଟେ ରବି ଧାନ କିଣାବିକାରେ ବ୍ୟାପକ  ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆସିଛି । ମୌସୁମୀ ବର୍ଷାରେ ମଣ୍ଡିରେ ଭିଜୁଛି ଧାନ। ହନ୍ତସନ୍ତ ହେଉଛନ୍ତି ଚାଷୀ । ମିଲର ଓ ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି  କଂଗ୍ରେସ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କିଷାନ କଂଗ୍ରେସ ସଭାପତି  । ୧୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ସରକାର ଘୋଷଣା କରିଥିଲେ । ଜୁନ୍ ୩୦ରେ ଧାନ କିଣା ଅବଧି ସରିବାକୁ ଥିବା ବେଳେ ଏବେ ସେତିକି ପରିମାଣର ଧାନ କିଣାଯିବା ନେଇ ଆଶା ଦିଶୁନାହିଁ । ଚାଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ ଥିବାରୁ କିପରି ଧାନ କିଣା ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

 

Bjp-targets-agriculture-minister-over-the-supply-of-fertilizers
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories