ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟର ଜରିଅାରେ ହମଲା କଲେ ବିଜେପି ଉପସଭାପତି ସମୀର ମହାନ୍ତି। ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତାଙ୍କ ପୋଷ୍ଟର ଦେଖାଇ ଏଭଳି ହମଲା କରିଛନ୍ତି।

ଦୁର୍ନୀତି, ଭ୍ରଷ୍ଟାଚାରୀଙ୍କୁ ନବୀନ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରି ପରେ ସାମିଲ ନବୀନଙ୍କ ଯୋଜନାବଦ୍ଧ ରଣନୀତି ବୋଲି ଲୋକେ ଏହା ଜାଣି ଗଲେଣି ,କହିଛନ୍ତି ସମୀର।

ରାଜ୍ୟ ତହବିଲ ବିଜେଡି କିମ୍ବା ନବୀନଙ୍କ ପୈତୃକ ସଂପତ୍ତି ନୁହେଁବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି। ସେପଟେ ବିଜେପି ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜେଡି।

You might also like