ସୋରଡ଼ାରେ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରାଜନୈତିକ ହିଂସାକୁ ନେଇ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାର  ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି। ମୃତକ ହେଲେ ସନ୍ତୋଷ ପତି। ତାଙ୍କ ଘର କଦଳୀଝୋଳା ଗାଁରେ ବୋଲି ଜଣାପଡ଼ିଛି।

ନିର୍ବାଚନରେ ଭୋଟ୍ ଦେବାକୁ ନେଇ ଗାଁର କିଛି ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like