ନୂଆପଡ଼ା/ବାଲେଶ୍ୱର: ନୂଆପଡାରେ ବିଜେପି ଆରମ୍ଭ କରିଛି ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ। ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜ ଘରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
କେନ୍ଦ୍ର ସରକାରଙ୍କ ସଫଳତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତି ଘରେ ପୋଷ୍ଟର ଓ ଦଳୀୟ ପତାକା ଲଗାଇଛି ବିଜେପି।
ଆଜି କୋମନା ଓ ନୂଆପଡା ବ୍ଲକର ଅନେକ ଗାଁରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ କର୍ମୀଙ୍କ ସହ ବସନ୍ତ ପଣ୍ଡା ଯୋଗଦେଇଥିଲେ।
ସେହିପରି ବାଲେଶ୍ୱର ନୀଳଗିରି ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ଘରୁ ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।