ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା; NHRCର ଦ୍ୱାରସ୍ଥ ହେଲେ ସମ୍ବିତ ପାତ୍ର

ପୁରୀ: NHRC ଗଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ତାଙ୍କ ଅପିଲକୁ NHRC ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିବା ସମ୍ବିତ କହିଛନ୍ତି।

ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇ ସମ୍ବିତ କହିଛନ୍ତି, କେ. ରମେଶଙ୍କ କଷ୍ଟୁଡିଆଲ୍ ମୃତ୍ୟୁ ପରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ ଅମାନବୀୟ ଭାବରେ ସ୍ୱର୍ଗଦ୍ୱାରରେ ଶବସଂସ୍କାର କରିଛି। ତାଙ୍କ ଘର ଲୋକଙ୍କୁ ମଧ୍ୟ ପୋଲିସ ଉଠେଇ ନେଇ କେଉଁଠି ରଖିଛି କେହି ଜାଣି ନାହାଁନ୍ତି। ଘର ଲୋକଙ୍କୁ ମୃତଦେହ ଦେଖିବାକୁ ଦିଆଗଲାନି। ସଂସ୍କାର ପୂର୍ବରୁ ଯେଉଁସବୁ ପରମ୍ପରା ରହିଛି ତାହା ମଧ୍ୟ ହୋଇପାରିଲାନି। ଏହିସବୁ ବିଷୟକୁ NHRC ପାଖରେ ଉପସ୍ଥାପନ କରିଛୁ ବୋଲି ସମ୍ବିତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁରୀରେ ସାମ୍ବିଧାନକ ଅଧିକାର ନଷ୍ଟ ହୋଇଛି। ୩୦ ବର୍ଷ ପିଲାର କଷ୍ଟୁଡିଆଲ୍ ମୃତ୍ୟୁ ଉଚିତ୍ ନୁହେଁ। ପୋଲିସ ତାଙ୍କୁ ଯେଉଁଭଳି ମାରିଛି, ଯେଉଁଭଳି ଅତ୍ୟାଚାର କରିଛି ତାହା ଓଡ଼ିଶାବାସୀ ଜାଣିଛନ୍ତି। ପଛ ଦ୍ୱାରରେ ମୃତଦେହ କାଢ଼ି ନେଇ ସଂସ୍କାର କରିଦେବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ତାଙ୍କ ବାପା,ମା ଓ ଭାଇ ଆଜି କେଉଁଠି ଅଛନ୍ତି ? କେଉଁ ଦୋଷ ପାଇଁ ତାଙ୍କୁ ବନ୍ଦ କରାଯାଇଛି ? ସେ କଣ ଭୁଲ କରିଥିଲେ ସେ କେଉଁ ସ୍ଥାନରେ ଅଛନ୍ତି ପୋଲିସ କହୁ ବୋଲି ସମ୍ବିତ କହିଛନ୍ତି।

ବାପା ମାଆଙ୍କର ସାମ୍ବିଧାନିକ ଅଧିକାର ଅନୁସାରେ ସେମାନେ ନିଜକୁ ସୁରକ୍ଷିତ ମନେ କରିବା ଦରକାର। ଯେହେତୁ ଏହି ଘଟଣାରେ ସେମାନେ ପ୍ରତ୍ୟକ୍ଷ ଦର୍ଶୀ ତେଣୁ ରାଜ୍ୟ ସରକାର ତାଙ୍କ ଉପରେ ଚାପ ପକାଇ ପାରନ୍ତି। ତେଣୁ ଚାଙ୍କୁ ଚାପ ମୁକ୍ତ କରାଯାଉ। ତାଙ୍କୁ ବାହାରକୁ ଅଣାଯାଉ ବୋଲି NHRCଙ୍କୁ ଜଣାଇଥିବା ସମ୍ବିତ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୋଗ ବେଳେ ପୂରା କମିଶନ ବସି ଅଭିଯୋଗ ଶୁଣିଛନ୍ତି। ସେକ୍ରେଟାରୀ ଜେନେରାଲ, ଡେପୁଟି ସେକ୍ରେଟାରୀ ଜନେରାଲ୍ ଅନ୍ୟ ସଦସ୍ୟମାନେ ମଧ୍ୟ ଆମ ବିଷୟକୁ ଗମ୍ଭୀରତାର ସହ ନେଇଛନ୍ତି। ଘଟଣା ଶୁଣିବା ପରେ ସେମାନେ ଦୁଃଖ ଅନୁଭବ କରିବା ସହିତ ସ୍ପଟ୍‌ ଇନ୍‌ଭେଷ୍ଚିଗେସନ ଏବଂ ଫ୍ଲାଇଂ ସ୍କ୍ୱାର୍ଡ ତଦନ୍ତ କରାଇବେ ବୋଲି ଏନ୍‌ଏଚ୍‌ଆର୍‌ସି କହିଛନ୍ତି। ବହୁତ ଭଲ ଭାବରେ ତଦନ୍ତ ହେବ ବୋଲି NHRC ଭରସା ଦେଇଥିବା ସମ୍ବିତ କହିଛନ୍ତି।

ଆମ ଅପିଲକୁ NHRC ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ମୃତକଙ୍କ ବାପା, ମାଆଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ ହୋଇଛି। ସଂପୃକ୍ତ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଅପିଲ କରିଛୁ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ କମିଶନ ଭରସା ଦେଇଛନ୍ତି ଏବଂ ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ କରିବେ ବୋଲି NHRC କହିଛନ୍ତି ।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like