ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ଦିଲୀପ ରାୟ
ରାଉରକେଲା: ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ରାଉରକେଲା ବିଧାୟକ ଦିଲୀପ ରାୟ। ଅନ୍ୟପଟେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳ ଛାଡ଼ିବା ସମ୍ଭାବନା ରହିଛି। ଦିଲୀପ ଉଭୟ ଦଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେବେ ନେଇ ଓଟିଭି ପ୍ରତିନିଧିଙ୍କୁ ଜଣାଇଛନ୍ତି।
ଦିଲୀପ ଦଳ ଛାଡ଼ିବା ନେଇ କିଛି ଦିନ ହେଲାଣି ଚର୍ଚ୍ଚା ହେଉଥିଲା। ରାଉରକେଲା ପାଇଁ ପ୍ରତିଶ୍ରୁତି ପୂରଣ ନହେବାରୁ ସେ ଇସ୍ତଫା ଦେଉଥିବା କୁହାଯାଉଛି। ରାଉରକେଲାରେ ବ୍ରାହ୍ମଣୀ ୨ୟ ସେତୁ ନିର୍ମାଣ ଓ ଆଇଜିଏଚ୍ତୁ ସୁପର୍ ସ୍ପେଶାଲିଟି ମାନ୍ୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏଥିରେ ବିଳମ୍ବ ହେଉଥିବା ନେଇ ପୂର୍ବରୁ ଦିଲୀପ ଅଭିଯୋଗ କରି ଆସୁଥିଲେ।