ଆଠଗଡ଼ର ୯ଟି ବୁଥ୍‌ରେ ଆଉଥରେ ହେଉ ମତଦାନ: ବିଜେପି

କଟକ: କଟକ ଲୋକସଭା କ୍ଷେତ୍ର ଅଧିନରେ ଥିବା ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୯ଟି ବୁଥରେ ବ୍ୟାପକ ଅନିୟମିତ ହୋଇଛି। ଏଠାରେ ନାଗରିକମାନେ ଠିକ୍‌ରେ ଭୋଟ୍‌ ଦେଇ ପାରିନାହାନ୍ତି। ଖାଲିସେତିକି ନୁହେଁ ଏଠାରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ମଧ୍ୟ ହୋଇଛି। ଏଣୁ ଏଠାରେ ସାନିମତଦାନ କରାଯାଉ।

ଆଜି ଭାରତୀୟ ଜନତାପାର୍ଟିର ସ୍ଥାନୀୟ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଦଳର ଅନ୍ୟ କର୍ମକର୍ତ୍ତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏଭଳି ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଆଠଗଡ଼ର ୧୬୬, ୧୬୭, ୧୭୧, ୧୨୪, ୯୦, ୧୦୦, ୨୨୭, ୨୩୧ ଓ ୨୮୨ ନମ୍ବର ବୁଥରେ ଏଭଳି ସମସ୍ୟା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଏଭଳି ସମସ୍ୟା ପାଇଁ ଦଳ ବିଜେଡ଼ିକୁ ଦୋଷ ଲଦିଥିବା ବେଳେ ଏଠାରେ ଆଉ ଥରେ ମତଦାନ ପାଇଁ ନିର୍ବାଚନ ଅଧିକାରୀଙ୍କ ପାଖରେ ନିବେଦନ କରିଛି। ହେଲେ ଏହାକୁ ନେଇ ବିଜେଡ଼ିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like