ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ବିଶାଳ ସମାବେଶ

ପାଟକୁରା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର କରିଲୋପାଟଣାରେ ବିଜେପିର ବିଶାଳ ସମାବେଶ। ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ନବୀନ ପଚାରିଲେ ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଏଥିରୁ ସ୍ପଷ୍ଟ, ନବୀନଙ୍କ ମନ ଭିତରେ ଆସିଲାଣି ବିଜେପି ସରକାର କରିବ। ନବୀନ କହି ବୁଲୁଛନ୍ତି କେନ୍ଦ୍ର ସରକାର କାଳିଆ ଟଙ୍କା ଷ୍ଟପ୍ କରିଛି। କିନ୍ତୁ ନବୀନ ବାବୁ ଏଥର ଓଡ଼ିଆ ଲୋକ ଆପଣଙ୍କୁ ଷ୍ଟପ୍ କରିବେ ବୋଲି  ଧର୍ମେନ୍ଦ୍ର କହିଛନ୍ତି।

ସେହିପରି ଦୀର୍ଘ ୧୯ ବର୍ଷ ଶାସନ କାଳରେ ଓଡ଼ିଶାର ବିକାଶ ଠପ୍ ହୋଇଯାଇଛି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଓଡ଼ିଶାରେ ପରିବର୍ତ୍ତନ ନହେଲେ କୌଣସି ମା, ଭଉଣୀ ସୁରକ୍ଷିତ ରହିପାରିବେନି ବୋଲି ସେ କହିଛନ୍ତି। ଓଡ଼ିଶାରେ ବି ବିଜେପି ସରକାର କରିବ, ବିକାଶର ଡବଲ ଇଂଜିନ ଲାଗିବ ବୋଲି ବୈଜୟନ୍ତ କହିଛନ୍ତି।

You might also like