ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାମ୍ର ଉଦ୍ୟାନ ନିକଟରେ ଥିବା ୨୦ ଏକର ଜଙ୍ଗଲ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିରୋଧ କରିଛି ବିଜେପି। ଏହି ଉଦ୍ୟାନ ପରିସରରେ ଥିବା ୨୬ ଏକର ଜମିରୁ ୨୦ ଏକରରୁ ଅଧିକ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି।
ତେବେ ଏହି ଜମିରେ ୧୧ ଶହ ଆମ୍ବଗଛକୁ ମିଶାଇ ୮ ହଜାରରୁ ଅଧିକ ଗଛ ଥିବାରୁ ଏସବୁ ଗଛ ବଳିପଡ଼ିଯିବା ନିଶ୍ଚିତ ବୋଲି ଦର୍ଶାଇଛି ବିଜେପି। ହେଲେ ସରକାରଙ୍କ ଏ ଉଦ୍ୟମକୁ ସଫଳ କରିବାକୁ ଦିଆଯିବନି ବୋଲି କହି ଆଜି ଉଦ୍ୟାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ।
ଏହି ଜମିରୁ ଗୋଟିଏ ଗଛ କଟାଗଲେ ଆଗକୁ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଚେତାବନୀ ଦେଇଛି ବିଜେପି। ସେପଟେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏ ଘଟଣାରେ ହସ୍ତକ୍ଷପ ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି।