“ବିନା ଆଲୋଚନାରେ ପାରିତ ବିଲ୍‌କୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ”

ପ୍ରେସମିଟ୍‌ କଲା ବିଜେପି

ଭୁବନେଶ୍ୱର: ବିଧାନସଭା ପରିସର ଧାରଣାରୁ ଉଠିବା ପରେ ବିଜେପି କଲା ପ୍ରେସମିଟ୍। ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କଲେ ପ୍ରଦୀପ୍ତ ନାୟକ। କହିଲେ, ବାଚସ୍ପତି ଅନ୍ୟ ଚାପରେ ପଡ଼ି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି କଲେ ଅଭିଯୋଗ। ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଦୀପ୍ତ ନାୟକ, ଆମକୁ ପକ୍ଷ ରଖିବାର ସୁଯୋଗ ନଦେଇ କାର୍ଯ୍ୟାନୁଷ୍ଠାନ କଣ ପାଇଁ ବୋଲି ପ୍ରଶ୍ନ ବି କଲେ। ଏହାସହ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବା ସହ ବିନା ଆଲୋଚନାରେ ପାରିତ ହୋଇଥିବା ବିଲକୁ ମଂଜୁର ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ ବୋଲି ପ୍ରଦୀପ୍ତ କହିଛନ୍ତି।

ସେପଟେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବୁ। ପାରିତ ବିଲକୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ ବି କରିବୁ। ବିରୋଧୀଙ୍କୁ ବିଶୃଙ୍ଖଳିତ ହେବାକୁ ବାଧ୍ୟ କରୁଛନ୍ତି ବାଚସ୍ପତି ବୋଲି କହିଲେ ଜୟନାରାୟଣ। ଏହାସହ ବାଚସ୍ପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ କଥା ଚିନ୍ତା କରୁଛୁ ଏବଂ ଆମ ପାଖେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ତୁରନ୍ତ ଆଣିପାରୁନୁ ବୋଲି କହିଲେ ଜୟନାରାୟଣ। ମହାଅଭିଯୋଗ ନେଇ କଂଗ୍ରେସ ଆମକୁ ସମର୍ଥନ କଲେ ଭଲ ହୁଅନ୍ତା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜୟନାରାୟଣ।ସେପଟେ ପାରିତ ବିଲକୁ ଫେରାଇ ନେବାକୁ ଦାବି କଲେ ମୋହନ ମାଝୀ। ବିନା ଆଲୋଚନାରେ ପାରିତ ବିଲକୁ ଫେରାଇ ନେବାକୁ ମୋହନ ଦାବି କରିଛନ୍ତି।

You might also like