ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବିତ ଅଞ୍ଚଳରୁ ଫେରି ସରକାରଙ୍କ ଉପରେ ବର୍ଷିଲା ବିଜେପି। ୧ ହଜାର ଟଙ୍କା, ୫୦ କେଜି ଚାଉଳ ଛଡ଼ା ଆଉ କିଛି ଦିଆଯାଇନି ବୋଲି ବିଜେପି ଅଭିଯୋଗ କରିଛି। ତିତ୍ଲି ପ୍ରଭାବିତ ଅଞ୍ଚଳ କଇଁପୁରରୁ ଫେରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛି ବିଜେପି।
ପ୍ରଭାବିତଙ୍କୁ ୧୦ ଦିନ ହେଲା କୌଣସି ପ୍ରକାର ସହାୟତା ମିଳିନି। ଲାକେ ସ୍କୁଲ୍ ଘରେ ଆଶ୍ରୟ ନେଇଥିବା ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।
ବିଜେଡିକୁ ଭୋଟ ଦେଇ ନଥିବାରୁ ସହାୟତା ମିଳିନଥିବା ଲୋକେ କହିଥିବା ସେ ଅଭିଯୋଗ କରିଛନ୍ତି। ମାଡ଼ା ଗାଁର ୨ ଛୋଟପିଲାଙ୍କ ବାତ୍ୟାରେ ମୃତ୍ୟୁ ଘଟିଥିବା ସରକାର ମାନୁ ନାହାନ୍ତି ବୋଲି ମଧ୍ୟ ବିଜେପି କହିଛି। ଏଥିସହିତ ୮୧୩ କୋଟି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ତାହାର ହିସାବ ମଧ୍ୟ ମାଗିଛି ବିଜେପି।