ସାଇକଲରେ ଶ୍ମଶାନକୁ ଶବ ବୁହା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ବୌଦ୍ଧରେ ସାଇକଲରେ ଶ୍ମଶାନକୁ ଶବ ବୁହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଅାଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ, ସାରା ରାଜ୍ୟରେ ଏମିତି ଦେଖାଯାଉଛି।

ଲୋକେ ସାମାଜିକ ବାସନ୍ଦ ହେଉଛନ୍ତି। କିନ୍ତୁ ସରକାର ଜାଣିପାରୁନାହାନ୍ତି କି ବୋଲି ବସନ୍ତ ପ୍ରଶ୍ନ କରିଛନ୍ତି।  ଅାମ ଗାଁ ଅାମ ବିକାଶ ନେଇ ରାଜ୍ୟ ସରକାର ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି। ତେବେ ଏହା କଣ ଗାଁର ବିକାଶ ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର କେବଳ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଲୋକଙ୍କୁ ଠାରୁ ଯୋଜନ ଯୋଜନ ଦୂରରେ ସରକାର ରହୁଛନ୍ତି ବୋଲି ସେ କହିଛନ୍ତି।

You might also like