ପୁରୀରେ ଅମିତ୍‌ ଶାହଙ୍କ ବିଶାଳ ରୋଡ୍ ଶୋ’

ପୁରୀ (ମଧୁସୂଦନ ମିଶ୍ର ) : ପୁଣି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ଏକ ରୋଡ୍ ଶୋ’ କରିଛନ୍ତି। ତାଙ୍କସହ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ସମେତ ପୁରୀ ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ।

ରୋଡ୍ ଶୋ’ରେ ବାହାରିବା ପୂର୍ବରୁ ଅମିତ୍‌ ଶାହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ସହ ବେଢ଼ା ପରିକ୍ରମା ସହ ଆଳତୀ କରିଥିଲେ। ମରିଚିକୋଟ୍ ଛକରୁ ରୋଡ୍ ଶୋ’ରେ ବାହାରିଥିଲେ ଅମିତ ଶାହ। ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି।

You might also like