ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ

ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ। ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ କରୁଛି।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହିତ ବହୁ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବଗଲା ଧର୍ମଶାଳାର ଜମିକୁ ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଲଜ୍ ମାଲିକଙ୍କୁ ଜିଲ୍ଲାପାଳ ବିକ୍ରି  କରିବାର ଅଭିଯୋଗ ହୋଇଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌହଦି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଅନ୍ୟ କୌଣସି ସ୍ଥାନ ନ ବାଛି ବଗଲା ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲା ହାଇକୋର୍ଟରେ ମଧ୍ୟ ପହଞ୍ଚିଲାଣି। ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ମିସ୍ କେସ୍ କରିଛନ୍ତି। ସରକାର ଯେଉଁ କବଲା କରିଛନ୍ତି, ତାହାକୁ ବାତିଲ କରିଦିଅନ୍ତୁ। କେନ୍ଦ୍ର ସରକାର ITDC ଟେଣ୍ଡର ଦ୍ୱାରା ପୁଣି କାର୍ଯ୍ୟକ୍ଷମ କରାଯାଉ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି।

ପୁରୀରେ ଏକମାତ୍ର ସରକାରୀ ଧର୍ମଶାଳା ବଗଲା ଧର୍ମଶାଳାକୁ ଭାଗ ଭାଗ କରି ପୁରୀ ଜିଲ୍ଲାପାଳ ଲଜ୍ ମାଲିକଙ୍କୁ ବିକ୍ରି କରିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଥିଲା ଜିଲ୍ଲା ପ୍ରଶାସନ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ, ପୁରୀ ଜିଲ୍ଲାପାଳ ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଠିକ୍ ନୁହେଁ। ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହୋଇଛି।

ସେହିପରି ଲଜିଂ ହାଉସ ଫଣ୍ଡ କମିଟି ଆକ୍ଟ ଗତ ସେପ୍ଟେମ୍ବର ୨୦୧୮ରୁ ଉଚ୍ଛେଦ ହୋଇଯାଇଛି। ତାସହ ଶ୍ରୀମନ୍ଦିରର ୭୫ ମିଟର ଚୌହଦି ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରିଥିବା ଲଜ୍ ମାଲିକମାନଙ୍କ ପାଇଁ ବଡ଼ଦାଣ୍ଡରେ ଜାଗା ଦେବାକୁ ହିଁ ବଗଲା ଧର୍ମଶାଳା ଜମିକୁ ବଛା ଯାଇଥିଲା। ତେଣୁ ସେହି ମାଲିକମାନଙ୍କୁ ବିକ୍ରି କବଲା କରାଯାଇଥିବା ଗତ ୧୯ ତାରିଖରେଏଡିଏମ୍ କହିଥିଲେ।

You might also like