ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ଗସ୍ତକୁ ବିଜେପିର ବିରୋଧ

ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ

କଟକ: ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ଗସ୍ତକୁ ବିଜେପି ବିରୋଧ କରିଛି। ମାହାଙ୍ଗା ଥାନା ସମ୍ମୁଖରେ ମୁହଁରେ କଳାପଟି ଦେଇ ଧାରଣାରେ ବସିଛି ବିଜେପି। ମାହାଙ୍ଗା ବିଜେପିର ଶତାଧିକ କର୍ମୀ କଟକ ଜିଲ୍ଲା ବିଜେପି ସଭାନେତ୍ରୀ ଯାଜ୍ଞସେନି ଜେନାଙ୍କ ନେତୃତ୍ୱରେ ମାହାଙ୍ଗା ଥାନାରେ ବସିଥିବା ଜଣାପଡ଼ିଛି। ମାହାଙ୍ଗା କୁସୁପୁରରେ ପୂର୍ତ୍ତ ବିଭାଗ ଆମନ୍ତ୍ରଣରେ ଏକ ପୋଲ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରତାପ ଜେନା ମାହାଙ୍ଗା ଯିବା ବେଳେ ତାଙ୍କ ଗସ୍ତକୁ ବିରୋଧ କରାଯାଇଛି।

ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିଲା। ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଦାବି କରିଛି। ତେବେ ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ଯାଜ୍ଞସିନି କହିଛନ୍ତି ଯେ,  “ମାମଲାରେ ମନ୍ତ୍ରୀଙ୍କ ନାଁ ଥିବା ପରେ ବି ଏ ପର୍ଯ୍ୟନ୍ତ ଥରେ ହେଲେ ବି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇନାହିଁ। ବିଧାୟକଙ୍କୁ ଲାଜସରମ ନାହିଁ , ସେ ମନ୍ତ୍ରୀ ପଦରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବ କଥା। କିନ୍ତୁ ଆଜି ପୋଲିସ ତାଙ୍କୁ ସୁରକ୍ଷା ଯୋଗାଉଛଇ ଆଉ ପୂର୍ତ୍ତ ବିଭାଗ ତାଙ୍କୁ ଅତିଥି କରି ଡ଼ାକୁଛି। ଏ ସବୁ ଜିନିଷ ଦେଖିଲେ ଆମକୁ ଲାଜ ଲାଗୁଛି”

ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ, ମାମଲାରେ ମନ୍ତ୍ରୀଙ୍କ ନାଁ ଅଛି। କିନ୍ତୁ ତାଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତକୁ ଆଣିନାହିଁ, ଓଲଟି ମାହାଙ୍ଗାର ଏକ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ତାଙ୍କୁ ଅତିଥି କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

You might also like