ଗୋଟିଏ ଗଛ କାଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ ଚେତାବନୀ

ଭୁବନେଶ୍ୱର: ଏକାମ୍ର ଉଦ୍ୟାନ ପରିସରରେ ଥିବା ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରି ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଟିଏ ଗଛ କାଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଚେତାବନୀ ଦେବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ତେବେ ଗତକାଲି ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଭୁବନେଶ୍ୱର ଏକାମ୍ର କାନନ ଫାର୍ମ ଜମିକୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଥିବା ଖବର ତଥ୍ୟ ଭିତ୍ତିକ ନୁହେଁ।

ଏହାପରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏକ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି ଏକାମ୍ର କାନନ ଭୁବନେଶ୍ୱରର ଏକ ପରିଚିତି ଓ ଏହାର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କାନନରେ ଥିବା ରିଜିଓନାଲ ପ୍ଲାଣ୍ଟ ରିସୋର୍ସ କେନ୍ଦ୍ର ଗବେଷଣାତ୍ମକ କାର୍ଯ୍ୟ ଉଦ୍ୟାନ ଚାଷ ପାଇଁ ବେଶ ଗୁରୁତ୍ୱ ବହନ କରେ।

ତେବେ ଜୟଦେବ ବିହାର ଓ ପାଇକ ନଗର ମଉଜାରେ ଉଦ୍ୟାନ ବିଭାଗ ଅଧିନରେ ଥିବା କିଛି ଅବ୍ୟବହୃତ ଖାଲି ଜମି ଉକ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅଧିକ ଫଳପ୍ରଦ ବ୍ୟବହାର ପାଇଁ ଫେରାଇ ଦେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ତେବେ ଏହି ଜମିର ଏକାମ୍ର କାନନ ସହିତ କିଛି ସଂପର୍କ ନାହିଁ ବୋଲି ସୂଚନା ଲୋକ ସଂପର୍କ ବିଭାଗ ଜଣାଇଛି

ଆହୁରି ପଢ଼ନ୍ତୁ

You might also like