ଭୁବନେଶ୍ୱର: ଖଣି ଲିଜ ଅବଧି ବୃଦ୍ଧି ପ୍ରସଙ୍ଗରେ ବଡ ଧରଣର କିକ୍ ବ୍ୟାକ୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧୭ ଲୁହାପଥର ଖଣିର ଲିଜ ଅବଧି ସାରିଯାଇଥିବା ଖଣିକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପୁରୁଣା ଲିଜଧାରୀ ପୂର୍ବରୁ ଗଛିତ ରଖିଥିବା ୩୯ ମିଲିୟନ ଟନ ଲୁହା ପଥର ନିଜ ଅଧୀନକୁ ଆଣିବା କଥା। MMDR ଆଇନ ଅନୁସାରେ ଗଛିତ ଲୁହାପଥରକୁ ପ୍ରଥମେ ୬ ମାସ ପାଇଁ ଓ ପରେ ଆଉ ଏକ ମାସ ପାଇଁ ପରିବହନ କରିବାକୁ ଅନୁମତି ଦେଲେ।

ନିୟମ ଅନୁସାରେ ଯେଉଁମାନେ ରାଜ୍ୟ ସରକାରଙ୍କ ସର୍ତ୍ତ ମାନିଥିବେ ସେମାନଙ୍କୁ ଅଧିକ ଅବଧି ଦିଆଯାଇପାରିବ। କିନ୍ତୁ ସର୍ତ୍ତ ଉଲ୍ଲଂଘନକାରୀ ଖଣି ମାଲିକଙ୍କୁ ଲିଜ କାହିଁକି ଦିଆଗଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପିର ଏହି ଅଭିଯୋଗ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେଡ଼ି।

Other Stories