କୋରାପୁଟ: ୪ ଦଫା ଦାବିରେ ବିଜେପି ପକ୍ଷରୁ ଆଜି ୮ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ଦଳ ପକ୍ଷରୁ ବୋରିଗୁମ୍ମାକୁ ଏନ୍ଏସି ମାନ୍ୟତା, ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ପାଇଥିବା ଜୟପୁର ମେଡିକାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଆଦି ଦାବି କରାଯାଇଛି।
ବନ୍ଦ ପ୍ରଭାବ ଦୋକାନ ବଜାର ଓ ଗାଡ଼ିଚଳାଚଳ ଉପରେ ପଡ଼ିଛି। ସକାଳୁ ଦୋକାନ ଖୋଲି ନ ଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।
ଜୟପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।