ବିଜେପି ପକ୍ଷରୁ ୨୪ ଘଣ୍ଟିଆ ଖମାର ବନ୍ଦ

ପାଲଲହଡ଼ା: ୨ ଦଫା ଦାବିରେ ବିଜେପି ପକ୍ଷରୁ ପାଲଲହଡ଼ା ବ୍ଲକ ଖମାରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ଆନ୍ଦୋଳନକାରୀ ୧୪୯ ନମ୍ବର ଜାତୀୟ ରାଜପଥକୁ ଖମାରଠାରେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖମାର ମେଡିକାଲରେ ଡାକ୍ତର ନିଯୁକ୍ତି ଏବଂ ଗତବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ସକାଳରୁ ଆନ୍ଦୋଳନ ଆରମ୍ଭ ହୋଇଛି।

ଗତ ୬ଦିନ ହେଲା ସ୍ଥାନୀୟ ବିଜେପି ପକ୍ଷରୁ ଖମାର ବଜାରଠାରେ ଗଣଧାରଣା ଚାଲିଥିଲା। ତେବେ ପ୍ରଶାସନିକ ସ୍ତରରେ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଶେଷରେ ବନ୍ଦ ପାଳନ ଡାକରା ଦିଆଯାଇଥିଲା। ବନ୍ଦ ଯୋଗୁଁ ଖମାର ବଜାରରେ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସୂଚନା ଅନୁସାରେ ଖମାର ଡାକ୍ତରଖାନାରେ ୮ଜଣ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ଜଣେ ଡାକ୍ତର ଅଛନ୍ତି।

You might also like