ମିଶନ ୧୨୦ ପ୍ଲସ୍‌କୁ କାର୍ଯ୍ୟକାରୀ କରିବାକୁ ବିଜେପିର ନୂଅା ପ୍ଲାନ

ଧର୍ମେନ୍ଦ୍ରଙ୍କ ଇସାରା ପରେ ବିଜେପି ସହ ସାମିଲ ହେବେ କେଉଁ ଦଳ ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ, ରାଜ୍ୟ ରାଜନୀତିରେ ନୂଅା ସମୀକରଣ ସୃଷ୍ଟି ହେବାର ସଙ୍କେତ ଦେଉଛି। ତେବେ ବିଜେପିର ଏଭଳି ନୂଅା ପ୍ଲାନ କାହିଁକି? ମିଶନ୍ ୧୨୦ ପାଇଁ ବିଜେପି କଷୁ ଥିବା ନୂଅା ଅଙ୍କରେ କେଉଁ କେଉଁ ଦଳ ଅଛନ୍ତି? ଛୋଟ ଛୋଟ ଅାଞ୍ଚଳିକ ଦଳ ବିଜେପି ସହିତ ଯିବେ କି? ନା ଅାଗକୁ କିଛି ନୂଅା ଆଞ୍ଚଳିକ ଦଳ ଗଠନ ହେବାର ଅାଭାସ ପାଇ ଏହି କାର୍ଡ ଖେଳିଛନ୍ତି ଧର୍ମେନ୍ଦ୍ର?

ବର୍ତ୍ତମାନ ସ୍ଥିତିରେ ବିଜୁ ଅାନୁଗତ୍ୟକୁ ନେଇ ଯେଉଁ ନୂଅା ସମୀକରଣ ହେଉଛି ତାକୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର ଏଭଳି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି। ଏ ନେଇ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି।

କଂଗ୍ରେସ୍ ଓ ବିଜେଡିକୁ ଛାଡ଼ି ରାଜ୍ୟରେ ସମତାକ୍ରାନ୍ତି ଦଳ, ଉତ୍କଳ ଭାରତ, ଜେଏମ୍ଏମ୍, ସିପିଅାଇ, ସିପିଏମ୍, ବିଏସ୍‌ପି, ସମାଜବାଦୀ ପାର୍ଟି ଅାଦି ଦଳ ରହିଛି। ତେବେ ବାମ ଦଳ ବିଜେପି ସହ ହାତ ମିଳିଇବାର ସମ୍ଭାବନା ନାହିଁ । କୁହାଯାଉଛି ବିଜେଡିରେ ଥିବା ଅସନ୍ତୁଷ୍ଟ ନେତା ଓ ଶାସକ ଦଳର ଯେଉଁ ବିଧାୟକମାନେ ଟିକଟରୁ ବଂଚିତ ହେବେ ସେଭଳି ନେତାଙ୍କୁ ନେଇ ନୂଅା ପ୍ଲାନ କରାଯାଉଛି।

ଦାମ ରାଉତ ବିଜେଡିରୁ ବହିଷ୍କାର ହେବାପରେ ବିଜୁ ଅନୁଗତ ନେତାଙ୍କୁ ନେଇ ନୂଅା ସମୀକରଣର ଚର୍ଚ୍ଚା ଜୋର୍ ଧରିଛି। ଏଥିରୁ ବିଜେପି ଫାଇଦା ଉଠାଇବା ଚକ୍କରରେ ନାହାନ୍ତି ତ ?

You might also like