ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ମନ୍ତବ୍ୟ ଅଭିଯୋଗ ମିଥ୍ୟା : ବୈଜୟନ୍ତ

କେନ୍ଦ୍ରପଡ଼ା : ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଦରିଆ ରାମଚଣ୍ଡୀ ଦର୍ଶନ ଅବସରରେ ସେ କହିଛନ୍ତି ଯେ ବିଜୁ ବାବୁଙ୍କ ସହ ମୋ ବାପାଙ୍କର ୫୦ ବର୍ଷ ସମ୍ପର୍କ। ସମସ୍ତେ  ଏହା ଜାଣନ୍ତି। ହେଲେ ବାପାଙ୍କ ପରଲୋକ ବେଳେ ଫୁଲଟିଏ ଦେବାକୁ ଆସିଲେନି କି କାହାକୁ ଅନୁମତି କାହିଁକି ଦେଲେନି?

‘ବାପାଙ୍କ ପରଲୋକ ବେଳେ ଆସିଲେନି କି କାହାକୁ ପଠାଇଲେନି।
ସେଇଟା ବେଇମାନୀ ନା ଦୁଷ୍କର୍ମ, ଗୁଣ୍ଡାଗର୍ଦ୍ଦି ବିରୋଧରେ କହିବା ବେଇମାନୀ’

ସେଇଟା ବେଇମାନୀ ନା ଦୁଷ୍କର୍ମ, ଗୁଣ୍ଡାଗର୍ଦ୍ଦି ବିରୋଧରେ କହିବା ବେଇମାନୀ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ, ଲୋକେ ବିଚାର କରିବେ ବୋଲି କହିଛନ୍ତି ବୈଜୟନ୍ତ। ତେବେ ବୈଜୟନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like