ବୈଜୟନ୍ତ ପଣ୍ଡାଙ୍କୁ କରୋନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଏନେଇ ବୈଜୟନ୍ତ ପଣ୍ଡା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ସେ ଆଇସୋଲେସନରେ ଅଛନ୍ତି।

ଗତ କିଛିଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ସତର୍କ ରହିବା ସହ କୋଭିଡ୍ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ ପଣ୍ଡା।

You might also like